ଯୁବକକୁ ଟେକି ନେଇ ହାତୁଡି ରେ ପିଟି  ହାତ ଗୋଡ଼  ଭାଙ୍ଗିଲେ

ବଡ଼ବିଲ,୨୬/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟା ର ଘଟଣା । ବଡ଼ବିଲ ନ୍ୟୁ ମାର୍କେଟ ରେଳ ଫାଟକ ନିକଟରୁ ଯୁବକକୁ ଟେକି ନେଇ ମରଣାନ୍ତକ ଆକ୍ରମଣ ଅଭିଯୋଗ ।  ୩ ଜଣ ଯୁବକ ମିଶି ହାତୁଡ଼ିରେ ନିସ୍ତୁକ ମାଡ଼ ମାରି ଯୁବକର ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଯୁବକ ଆଜାଦ ବସ୍ତି ଅଞ୍ଚଳର ଏମ ଡି ସାଜିଦ । ଆଜି ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଛି । ଆହତ ଯୁବକ ସାଜିଦଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ଼ ୬ ଟା ସମୟରେ ସେ ନ୍ୟୁ ମାର୍କେଟ ରେକ ଫାଟକ ରାସ୍ତା ଦେଇ ଯାଉଥିବା ସମୟରେ ୩ ଜଣ ଯୁବକ, ଆକବର, ଦୀପୁ ଓ ସୋନୁ ନାମକ ୩ ଜଣ ଯୁବକ ତାଙ୍କୁ ବଳପୂର୍ବକ ଉଠାଇନେଇ ପାଖରେ ଥିବା ମସଜିଦ ନିକଟକୁ ନେଇଯାଇଥିଲେ । ସେଠାରେ ଜଣେ ତାଙ୍କୁ ଧରିଥିଲାବେଳେ, ଅନ୍ୟ ଦୁଇଜଣ ହାତୁଡିରେ ନିସ୍ତୁକ ମାଡ଼ ମାରିଥିଲେ ।  ଆହତ ସାଜିଦଙ୍କ ବାମ ହାତର ହାଡ ଭାଙ୍ଗି ଦୁଇଖଣ୍ଡ ହୋଇଯାଇଥିଲା ବେଳେ, ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି । ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ଆକବର ନିଜ ଘରେ ନିଶା କ୍ୟାପଶୁଲ ଓ କଫ ସିରପର ଚୋରା କାରବାର କରେ ଏବଂ ସେ ମଧ୍ୟ ତା ଠାରୁ ନିଶା କ୍ୟାପଶୁଲ୍ ନେଇ ଖାଇଥାଏ । ତେବେ  ଏହି କାରବାର ସଂକ୍ରାନ୍ତରେ ତା ସହ ଶତ୍ରୁତା ରହିଥିଲା ବୋଲି ସାଜିଦ୍ କହିଛି । ସେପଟେ ଆହତଙ୍କ ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *