ଘଟଗାଁ, ୦୬/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଲକ୍ଷ୍ମୀପଶି ଗ୍ରାମ ନିକଟସ୍ଥ ସୀତା ନଦୀରେ ଅଘଟଣ । ସୀତା ନଦୀରେ ଗାଧୋଉଥିବା ବେଳେ ନଦୀ ସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଟିକେଇ ନାଏକ ।
୪ ଜଣ ଯୁବକ ସାଙ୍ଗହୋଇ ସିତା ନଦୀରେ ଗାଧୋଉଥିଲେ। ଏହି ସମୟରେ ପ୍ରଖର ସ୍ରୋତରେ ୪ ଜଣ ଭାସିଯାଇଥିଲେ। ୪ଜଣଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି ଚାଲି ଆସିଥିବା ବେଳେ ଟିକେଇ ନାଏକ ନଦୀରେ ବୁଡି ନିଖୋଜ ହୋଇ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ଟିକେଇ ନାଏକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଶବ ବ୍ୟବଛେଦ ହେବ । ପୁଲିସ ମୃତ ଦେହ ଜବତ କରି ଏକ ଅପମୃତ୍ୟୃୁ ମାମଲା ରୁଜୁ କରିଛି ।
