ଭୁବନ ମହିଳା ମହାବିଦ୍ୟାଳୟର କର୍ମଚାରୀ ଲକ୍ଷ୍ମଣ ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଭୁବନ,୩୦/୦୬/୨୦୨୬ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଲକ୍ଷ୍ମଣ ସାହୁ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। +୩ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟୀ ସେନ, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ,ପୂର୍ବତନ ଅଧ୍ୟାପକ ଶାନ୍ତନୁ କୁମାର ଦାଶ, ଅଧ୍ୟାପିକା ଡକ୍ଟର ମମତା ପାତ୍ର, ଡକ୍ଟର ପ୍ରମିଳା ଦାସ , ଡକ୍ଟର ନମିତା ଦାଶ, ପ୍ରଣତୀ ବେହେରା, ଅଧ୍ୟାପକ ସୁଧାଂଶୁ ଶେଖର ଓଝା,କର୍ମଚାରୀ ଅମ୍ବୁଜ କୁମାର ସାହୁ, କୈଳାସ ଚନ୍ଦ୍ର ପାତ୍ର,ବାସନ୍ତୀ ବେହେରା, ଗୟାଧର ଦାସ, ନମିତା ଦ୍ବିବେଦୀ ,ପୂର୍ବତନ କର୍ମଚାରୀ ବିଜୟ କୁମାର ପୃଷ୍ଟି,ମହେଶ୍ୱର ବୈଶାକ ପ୍ରମୁଖ ବିଦାୟୀ ସମ୍ବର୍ଦ୍ଧନା ସଭାରେ ବକ୍ତବ୍ୟ ପ୍ରଦାନ କରି ଲକ୍ଷ୍ମଣ ସାହୁ ଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ବିଦାୟୀ କର୍ମଚାରୀ ଶ୍ରୀଯୁକ୍ତ ସାହୁ ଭାବ ବିହ୍ୱଳ ହୋଇ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଦିବଂଗତ ନେତା ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କଲେଜ ତରଫରୁ ଶ୍ରୀଯୁକ୍ତ ସାହୁ ଙ୍କୁ ପୁଷ୍ପଗୁଚ୍ଛ,ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉପହାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *