ପଂଚାୟତ ଉଚ୍ଚବିଦ୍ୟାଳୟ ରାମପୁର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

ଯାଜପୁର ,୧୯/୦୧/୨୦୨୫ (ଓଡ଼ିଶା ସମାଚାର /ସୁରେଶ କର)-ଯାଜପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପଂଚାୟତ ଉଚ୍ଚ ବିଦ୍ୟାଳୟ ରାମପୁର ,ବରୀ ର ୩୧ତମ ବାର୍ଷିକ କ୍ରୀଡା ଉତ୍ସବ ଉଜାପନୀ ଓ ପୁରସ୍କାର ବିତରଣ କାର୍ୟ୍ୟକ୍ରମ ବିଦ୍ୟାଳୟ ପରିସରରେ ଶନିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ବରୀ ବିଧାୟକ ଶ୍ରୀ ବିଶ୍ବରଞ୍ଜନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ବିଦ୍ୟାଳୟ ଆଜି ଓଡ଼ିଶାରେ ବେଶ ନାଁ କରିଛି , ଏହି ବିଦ୍ୟାଳୟରୁ ପ୍ରତିବର୍ଷ ବହୁ ମେଧାବୀ ଛାତ୍ରଛାତ୍ରୀ ଖାଲି ଯେ ବ୍ଲକ ର ନା ରଖି ନାହାନ୍ତି ବରଂ ଜିଲାର ଟେକ ରଖିଛନ୍ତି । ଏହି ବିଦ୍ୟାଳୟ ର ଛାତ୍ରୀ ରାଜ୍ୟ ଟପର ମଧ୍ୟ ହୋଇଛନ୍ତି , ଏଣୁ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସମସ୍ତ କର୍ମକର୍ତା ଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅବସରରରେ ବିଦ୍ୟାଳୟ ପରିସରରେ ଏକ ବୃହତ ସାଇକେଲ ଷ୍ଟାଣ୍ଡ ଓ ବୋଟାନିକାଲ ଗାର୍ଡେନ କୁ ସେ ମଧ୍ୟ ନିଜ କରକମଳରେ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନାଲୋକ ଡିଜିଏମ ସୁରେଶ ଚନ୍ଦ୍ର ସାମଲ ମୁଖ୍ୟବକ୍ତା ଭାବେ ଓ ସମ୍ମାନିତ ଅତିଥି ଭାବେ ବରୀ ବ୍ଲକ ଅଧ୍ୟକ୍ଷ ,ଉପାଧ୍ୟକ୍ଷ , ସମସ୍ତ ଜିଲା ପରିଷଦ ସଭ୍ୟ , ବିଦ୍ୟାଳୟ ଏସ ଏମ ସି ସଭାପତି , ପୁରାତନ ସଭାପତି କେଦାର ସାମଲ , ବରୀ ବ୍ଲକ ଓଷ୍ଟା ସଭାପତି ରବୀନ୍ଦ୍ର କୁମାର ପତି , ଓଷ୍ଟା ଜିଲା ଯୁଗ୍ମ ସମ୍ପାଦକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା କାର୍ୟ୍ୟକ୍ରମ ସଂଚାଳନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସୂଚନା ଅନୁଯାୟୀ ବରୀ ବିଧାୟକ ବିଶ୍ୱରଂଜନ ତାଙ୍କର ଏକ ମାସର ଦରମା କୁ ବିଦ୍ୟାଳୟ ର ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାବୃତି ପାଇଁ ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ବରୀ ବିଧାୟକ ଶ୍ରୀ ବିଶ୍ୱରଂଜନ ମଲ୍ଲିକ ଓ ନାଲକୋ ଡିଜିଏମ ସୁରେଶ ଚନ୍ଦ୍ର ସାମଲ ଙ୍କୁ ନାଗରିକ ସମ୍ମାନ ପ୍ରଦାନ କରାଯାଇଅଛି । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *