ଓଡ଼ିଶାର ୨ ଜଣ ପାଇବେ ଜାତୀୟ ଶିକ୍ଷକ ସମ୍ମାନ

ଭୁବନେଶ୍ୱର,୨୬/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପାଇଁ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ମାଲକାନଗିରିର ଶିକ୍ଷକ ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାର ତରୁଣ କୁମାର ଦାଶ । କୋଣ୍ଡେଲ ନୂତନ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ବସନ୍ତ । ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି ତରୁଣ । ଆସନ୍ତା ଗୁରୁଦିବସରେ ଉଭୟଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବେ ।


ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ହେବ ଏହି ସମାରୋହ । ଆଦିବାସୀ ଅଧ୍ୟୁଷିତ ଅଂଚଳର କୁନି କୁନି ପିଲାଙ୍କୁ ଭଲ ପାଉଥିବା ଶିକ୍ଷକ ଓ ଶିକ୍ଷାକୁ ବୃତି ଭାବେ ବାଛି ନେଇଥିବା ଶିକ୍ଷକ ବସନ୍ତ କୁମାର ରଣା ୨୦୨୫ ମସିହା ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର । ମାଲକାନଗିରି ଜିଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଜାତୀୟ ଶିକ୍ଷକ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା ଦୁଇ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସାମାଜିକ ଗଣ ମାଧ୍ୟମ ଏକ୍ସ ରେ ଲେଖିଛନ୍ତି :
ସମ୍ମାନଜନକ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପାଇବାକୁ ଯାଉଥିବା ଓଡ଼ିଶାର ଦୁଇ ଶିକ୍ଷକ ଶ୍ରୀ ବସନ୍ତ କୁମାର ରଣା ଓ ଶ୍ରୀ ତରୁଣ କୁମାର ଦାଶଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ନବୀନ ଶିକ୍ଷଣ ପଦ୍ଧତି, ଅବିଶ୍ରାନ୍ତ ପରିଶ୍ରମ ଦ୍ୱାରା ଆପଣମାନେ ଉପାନ୍ତ ଅଞ୍ଚଳରେ ଯେଉଁଭଳି ଭାବରେ ଶିକ୍ଷାର ଆଲୋକ ବିସ୍ତାର କରିଛନ୍ତି, ତାହା ପ୍ରଶଂସନୀୟ। ଶିକ୍ଷା କ୍ଷେତ୍ରରେ ଆପଣଙ୍କ ଅସାମାନ୍ୟ ଅବଦାନ ଛାତ୍ରଛାତ୍ରୀମାନଙ୍କ ଜୀବନକୁ ଉଜ୍ଜ୍ୱଳ କରିଛି। ଆପଣମାନଙ୍କ ଏହି ଉପଲବ୍ଧି ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ।

https://x.com/MohanMOdisha/status/1959969519558131747

Leave a Reply

Your email address will not be published. Required fields are marked *