ଈଶାଣୀଵ୍ରହ୍ମପୁର ଠାରେ ନିଶ୍ଚିନ୍ତକୋଇଲି ବ୍ଲକ ସ୍ତରୀୟ କୃଷକ ସମାବେଶ 

କଟକ ସଦର, ୩୦/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଈଶାଣୀଵ୍ରହ୍ମପୁର ପଞ୍ଚାୟତ ନେଉଟିଆକଣ ଦାନ୍ତ କାଠିଆ ମଠ ବଟ ମହାପୁରୁଷଙ୍କ ପୀଠରେ ଆଜି ମଙ୍ଗଳବାର ଦିନ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଯାୟୀ ଏକ ବ୍ଲକ ସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ବ୍ଲକ କୃଷି ଅଧିକାରିଣୀ ଶୁଭସ୍ମିତା ମହାପାତ୍ରଙ୍କ ପୈ।ରୋହିତ୍ୟ ଏଵଂ ସୁଦାମଵତୀ ବିଜେପି ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ ଙ୍କ ସଂଯୋଜନାରେ ଆୟୋଜିତ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଚକ୍ର ଓ କର୍ମଶାଳାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରି କୃଷି ଓ କୃଷକର ଉନ୍ନତି ଦିଗରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନୀ ଡ଼ଃ ରାଜନ୍ କାମ୍ଵୋଜ, ରଂଜନ କୁମାର ମହନ୍ତ, ସହକାରୀ କୃଷି ଅଧିକାରୀ ଅଶୋକ କୁମାର ମଙ୍ଗରାଜ, ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ସ୍ୱାଗତିକା ସାହୁ, ପ୍ରାଣୀ ସମ୍ପଦ ଡ଼ଃ ପ୍ରକାଶ ଚନ୍ଦ୍ର ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ ଶରତ କୁମାର ମହାରଣା, ସହକାରୀ ମୂର୍ତ୍ତିକା ସଂରକ୍ଷଣ ଅଧିକାରିଣୀ ମଲ୍ଲୀମାଳା ସେଠୀ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କୁ ନିଜ ନିଜ ବିଭାଗ ର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ ସେଠୀ,ଦୀପକ କୁମାର ମହାନ୍ତି, ବିଦ୍ୟାଧର ବେହେରା, ପବିତ୍ର ସାହୁ, ବଳରାମ ସେଠୀ, ଚନ୍ଦନ ସାହୁ, ପ୍ରତାପ ସ୍ଵାଇଁ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *