ଜୁନାଗଡ଼,୧୫/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ପ୍ରିୟ ଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକବିଦ୍ୟାଳୟ ର ଆତ୍ମ ସୁରକ୍ଷା ତାମିଲ ଶିବିର ଉଦଯାପିତ ହୋଇ ଯାଇଛି । ଏହି ଉତ୍ସବରେ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ମେହେର ସଭାପତିତ୍ୱ କରିଥିବାବେଳେ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କର୍ତ୍ତବ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ହିମାଂଶୁ ଶେଖର ବରାଡ ସମ୍ପାଦକ ଓକିଲ ସଂଘ ତଥା ସଭାପତି ନିଉ ରେଡ୍ ଷ୍ଟାର୍ ସ୍ପୋର୍ଟକ୍ଲବ ଜୁନାଗଡ଼, ଶ୍ରୀ ଜୟନ୍ତ କୁମାର ଜେନା ଅଧ୍ୟକ୍ଷ ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଲାମୁଣ୍ଡା,ଏହି ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ପ୍ରାଧ୍ୟାପିକା ଶ୍ରୀମତୀ ସାଗରିକା ଦାସ, ଅଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମାସି ମାଝୀ ଆତ୍ମ ସୁରକ୍ଷା ତାମିଲ୍ କାର୍ଯ୍ୟକ୍ରମ ର ସଂଯୋଜିକା ଓ ସହ ସଂଯୋଜକ ଶ୍ରୀ ସମୀର କୁମାର ସାହୁ ଯୋଗଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଶୁଭାଶିଶ ପାଣିଗ୍ରାହୀ, ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା ବିଭାଗୀୟ ମୁଖ୍ୟ ଓଡ଼ିଆ ଓ ସାହିତ୍ୟ ବିଭାଗ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଜଣ ପ୍ରଶିକ୍ଷକ ମିସ୍ ଜଳି ପରାଭୋଇ ଓ ଶିବାନୀ ଭାଟି ସମସ୍ତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିକାଶ ବେହେରା, ଗୁପ୍ତେଶ୍ଵର ସ୍ୱାଇଁ, ରାଜକୁମାରୀ ବେମାଲ, ବିଶ୍ଵନାଥ ଗୋପାଳ, ବାବୁଲି ଗୋପାଳ ସହଯୋଗ କରିଥିଲେ । ଶେଷରେ ସମସ୍ତ ଛାତ୍ରୀ ଙ୍କୁ ମାନପତ୍ର ଦିଆ ଯାଇ ଥିଲା ।