ପାଟକୁରା ମେଡ଼ିକାଲ ଉନ୍ନୟନ କାର୍ଯ୍ୟ  ସମିକ୍ଷା କଲେ ବିଧାୟକ

ଗରଦପୁର, ୨/୮/୨୦୨୪ (ଓଡ଼ିଶା ସମାଚାର)-  ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ପାଟକୁରା ମେଡ଼ିକାଲ ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲୁଛି । ବିଭିନ୍ନ ନିର୍ମାଣାଧିନ ଥିବା ଉନ୍ନୟନ କାର୍ଯ୍ୟର ସ୍ଥିତି ଓ ସମସ୍ୟା ସମ୍ପର୍କରେ ଆଜି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମେଡ଼ିକାଲ ରେ ପହଂଚି ସମିକ୍ଷା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସମିକ୍ଷା ବୈଠକରେ ପାଟକୁରା ମେଡ଼ିକାଲ ଅଫିସର ଡ଼ ନୀରଂଜନ କର , ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗି, ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ସରପଂଚ ପ୍ରତିନିଧି ଶୈଳେନ୍ଦ୍ର ମହାନ୍ତି , ସମିତି ସଭ୍ୟ ରାକେଶ ମହାପାତ୍ର,ରୋଗୀକଲ୍ୟାଣ ସମିତି ସଭ୍ୟ ନବଘଘନ ନାୟକ, ରସିଦ ଖାଁ, ଅହଲ୍ୟା ଲେଙ୍କା, ରଂଜିତ କୁମାର ପଣ୍ଡା ଙ୍କ ସମେତ ପୂର୍ତ ବିଭାଗ,ଡ଼୍ରେନେଜ ବିଭାଗ ,ଜଳ ଯୋଗାଣ ବିଭାଗ ଓ ବିଦ୍ୟୁତ ବିଭାଗର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ବିଶେଷକରି ମେଡ଼ିକାଲରେ ନିର୍ମାଣାଧିନ ଥିବା ବହୁତଳ ପ୍ରାସାଦ ବିଲଡିଂର ନିର୍ମାଣ ପାଇଁ ଥିବା ଧାର୍ଯ୍ୟ ସମୟ ଅତିକ୍ରାନ୍ତ   ହୋଇଯାଇଥିବା ସତ୍ୱେ ମଧ୍ୟ ବିଲଡ଼ିଂ କାର୍ଯ୍ୟ ନିମଟାଲ ଲେବୁଲ ରେ ଅଟକି  ରହିଥିବାରୁ ବିଧାୟକ ଶ୍ରୀ ମହାପାତ୍ର କ୍ଷୋଭ ପ୍ରକାଶ କରିଥିଲେ । ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରି ମେଡ଼ିକାଲକୁ ହସ୍ତାନ୍ତର କରିବା ପାଇଁ ଉପସ୍ଥିତ ଥିବା ପୂର୍ତ ବିଭାଗ ଯନ୍ତ୍ରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସେହିପରି ମେଡ଼ିକାଲକୁ ଆସୁଥିବା ରୋଗୀ ମାନଙ୍କ ପାଇଁ  ଥିବା ପାନୀୟ ଜଳ ମେସିନ୍ ଅଚଳ ହୋଇଥିବା ଏବଂ ମେଡ଼ିକାଲ ୱାର୍ଡ଼ ମାନଙ୍କରେ ଥିବା ଲାଟିନ୍ କୁ ଜଳ ଯୋଗାଣ ହେଉନଥିବା  ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସମସ୍ୟାର ଖୁବ ଶୀଘ୍ର ସମାଧାନ ହେବ ବୋଲି ଜଳ ଯୋଗାଣ ବିଭାଗ ଅଧିକାରୀ ପ୍ରତିଶୃତି ଦେଇଥିଲେ । ଏଥି ସହିତ ପାଟକୁରା ମେଡ଼ିକାଲ ରୁ ଉଦବୃତ ବର୍ଷା ଜଳ  ଡ଼୍ରେନେଜ ମାଧ୍ୟମରେ ନିସ୍କାସନ ହେବା ପାଇଁ ଉପସ୍ଥିତ ଡ଼୍ରେନେଜ ବିଭାଗ ଏସଡ଼ିଓ ଙ୍କ ସହିତ ଆଲୋଚନା କରାଯାଇଥିଲା । ସେହିପରି ୨ କୋଟି ଟଙ୍କା ବ୍ୟୟରେ ପାଟକୁରା ବଜାରରୁ ଉଦବୃତ ବର୍ଷା ଓ ବନ୍ୟା ଝର ଜଳ ନିସ୍କାସନ ପାଇଁ  ଆରମ୍ଭ ହୋଇଥିବା ଡ଼୍ରେନେଜ ର କାର୍ଯ୍ୟ ଗୁଣବତା ସହିତ ନିର୍ଦ୍ଧିଷ୍ଟ ସମୟ ଭିତରେ ଶେଷ କରିବା ପାଇଁ ବିଧାୟକ ଶ୍ରୀ ମହାପାତ୍ର ଡ଼୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏତଦବ୍ୟତିତ ସରକାରଙ୍କର ଆଇଟିଏଚଏସ ଯୋଜନାରେ ଥିବା ଏକକ ଛାତ ତଳେ ମେଡ଼ିକାଲ ର ସମସ୍ତ ବିଭାଗର କାର୍ଯ୍ୟ କାରିତା ପାଇଁ  ବହୁକୋଟି ଟଙ୍କା ବ୍ୟୟରେ ବହୁତଳ ପ୍ରାସାଦର ନିର୍ମାଣ ପାଇଁ ମେଡ଼ିକାଲ ଯାଗା ଯୋଗାଇ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *