ତହସିଲ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି!
କଟକ ସଦର, ୩୦/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରୁ ଆଜି ମଙ୍ଗଳବାର ଦିନ ଏକକାଳୀନ ୯ ଜଣ କର୍ମଚାରୀ ରିଲିଭ୍ ହୋଇଯାଇ ଥିବାରୁ ତହସିଲ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ଆର୍ ଆଇ,୨ ଜଣ ଏ ଆର୍ ଆଇ,୨ ଜଣ ଅମିନ,୧ ଜଣ ଏସ୍ ଓ,୧ ଜଣ ବରିଷ୍ଠ କିରାଣି ଓ ୧ ଜଣ କନିଷ୍ଠ କିରାଣୀ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ କିଛି କ୍ଷେତ୍ର କର୍ମଚାରୀ ବିଭିନ୍ନ ଆଳରେ ସିଧାସଳଖ ଲୋକମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ।
