ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରୟମାସିକ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ଜଗତସିଂହପୁର,୩୦/୦୬/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜୁଲାଇ ୨୦୨୬ ଠାରୁ ସେପ୍ଟେମ୍ବର ମାସ ୨୦୨୬  ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ଜୁଲାଇ ମାସ ୬ ତାରିଖ ଦିନ ରଘୁନାଥପୁର ବ୍ଳକ କାର୍ଯ୍ୟାଳୟ, ଜୁଲାଇ ୧୩ ତାରିଖ ଦିନ ତିର୍ତ୍ତୋଲ ବ୍ଳକ୍ କାର୍ଯ୍ୟାଳୟ, ଜୁଲାଇ ୨୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜୁଲାଇ ୨୭ ତାରିଖ ଦିନ କୁଜଙ୍ଗ ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।

ସେହିପରି ଅଗଷ୍ଟ ମାସ ୩ ତାରିଖ ଦିନ ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ,  ଅଗଷ୍ଟ ୧୦ ତାରିଖ ଦିନ ନାଉଗାଁ ବ୍ଲକ୍ କାର୍ଯ୍ୟାଳୟ, ଅଗଷ୍ଟ ୧୭ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଅଗଷ୍ଟ ୨୪ ତାରିଖ ଦିନ ବାଲିକୁଦା ବ୍ଳକ୍ କାର୍ଯ୍ୟାଳୟ ଓ ଅଗଷ୍ଟ ୩୧ ତାରିଖ ଦିନ ଏରସମା ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।

ସେହିପରି ସେପ୍ଟେମ୍ବର ମାସ ୭ ତାରିଖ ଦିନ ରଘୁନାଥପୁର  ବ୍ଲକ୍ କାର୍ଯ୍ୟାଳୟ, ସେପ୍ଟେମ୍ବର ମାସ  ୨୧ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ  ସେପ୍ଟେମ୍ବର୍ ମାସ ୨୮ ତାରିଖ ଦିନ ତିର୍ତ୍ତୋଲ ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।

 ଏହିସବୁ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ- ତଥା-ନିର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଳକସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବେ । ଜିଲ୍ଲାର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *