ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ କଟକ ଶାଖା ସାରଥୀ ସମ୍ମିଳନୀ

କଟକ,୧୯/୦୮/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-କଟକ ର ବାଲିସାହି ଠାରେ  ଥିବା ଅଭିରାମ ପରମହଂସ ପୀଠ ରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁଏକ ସମାବେଶ ଆୟୋଜିତ ହୋଇଥିଲା ।

ଏହାକୁ ସାରଥୀ ସମ୍ମିଳନୀ ଭାବେ ନାମିତ କରା ଯାଇଥିଲା।

ସଂଘ ଗୋଟିଏ ରଥ ହେଲେ କର୍ମକର୍ତ୍ତା ଜଣେ ଜଣେ ସାରଥୀ ବୋଲି ସଭାପତି ଦେବୀ ଦତ୍ତ ଶିବପ୍ରସାଦ ନାୟକ ନିଜ ବକ୍ତବ୍ୟ ରଖିଥିଲେ। ଏହି ସଭା ରେ ଡିଜିଟାଲ ସାମ୍ବାଦିକ ମାନଙ୍କ ସୁରକ୍ଷା, ସମ୍ମାନ, ଅଧିକାର ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହ ଜିଲ୍ଲା ସାମ୍ବାଦିକ ସଂଘ ପାଇଁ ଗୋଟେ କଲ୍ୟାଣ ପାଣ୍ଠି ଗଠନ ହେବା ନେଇ ଘୋଷଣା କରାଯାଇଥିଲା।

ଏହି ସାରଥୀ ସମ୍ମିଳନୀ ରେ ମୁଖ୍ୟ ଅତିଥି ଆଡଭୋକେଟ୍ ଦୀପକ କୁମାର ସାହୁ,ସମ୍ମାନୀୟ ଅତିଥି ଭାବେ ସୁଭାଶିଷ ମିଶ୍ର ,ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ବସନ୍ତ ରଥ, ସମାଜ ସେବୀ ସଂଗ୍ରାମ ମହାନ୍ତି, ରାଜ୍ୟ ପଦାଧିକାରୀ ଅମରେନ୍ଦ୍ର ରଣସିଂହ ଉପସ୍ଥିତ ଥିଲେ।

ସଭାକୁ ଅଶୋକ କୁମାର ଦାସ, ସସ୍ମିତା ମହାନ୍ତି ପରିଚାଳନା କରିବା ସହ ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ଦାସ ସଂଘ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ।

ଜିଲ୍ଲା ଉପ ସଭାପତି ସମରେନ୍ଦ୍ର ଆଚାର୍ଯ୍ୟ ଏବଂ ପ୍ରଶାନ୍ତ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାପତି ଦେବୀ ଦତ୍ତ ଶିବପ୍ରସାଦ ନାୟକ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ଦଳିତ, ଅବହେଳିତ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କର୍ମକର୍ତା ମାନେ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *