ଜଗତସିଂହପୁର,୩୦/୦୬/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ୨୬/୦୬/୨୬ ରିଖ ରେ ଜଗତସିଂହପୁର ଜିଲ୍ଲା ଅଳକା କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରା ଚାଲଣ ବିରୋଧୀ ଦିବସ ପାଳନ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ନିଜର ଅଭିଭାଷଣରେ ନିଶାଦ୍ରବ୍ୟର ଅପବ୍ୟବହାର ଅବୈଧ ଚାଲଣ ହେବା ଦ୍ଵାରା ସମାଜରେ କିପରି ବିପଦଜନକ ସ୍ଥିତି ଉପୁଜୁଛି ଓ ତା ପାଇଁ ଥିବା ବିଭିନ୍ନ ଆଇନ୍ କାନୁନ୍ ଉପରେ ଆଲୋକପାତ କରିଥିଲେ । ଜନ ସଚେତନତା ଦ୍ୱାରା କିପରି ନିଶାଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲଣ ରୋକାଯାଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଏବଂ ଏନ. ଡି. ପି.ସ. ଆକ୍ଟର କେତେକ ପ୍ରମୁଖ ଦଫା ଉପରେ ମଧ୍ୟ ଆଲୋଚନା କରିଥିଲେ।ଅଳକା କଲେଜର ଶିକ୍ଷକ , ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧିକାରୀ ମିତ୍ର ପ୍ୟାନେଲ ଓକିଲ ଓ ଅଳକା କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ପ୍ୟାନେଲ୍ ଓକିଲ ଅଭିମନ୍ୟୁ ରାଉତ ଧନ୍ୟବାଦ ଅର୍ପଣ କରି ସଭା ଉଦଯାପନ କରାଯାଇଥିଲା ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
