ପ୍ରହରାଜପୁର ପ୍ରିତୀ ୟୁଥ୍ କ୍ଳବ୍ ପକ୍ଷରୁ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ 

କଟକ ସଦର,୦୬/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁରର ଅଗ୍ରଣୀ ଯୁବ ସାମାଜିକ ସଂଗଠନ ପ୍ରିତୀ ୟୁଥ୍ କ୍ଲବ୍ ପକ୍ଷରୁ ଆଜି ସୋମବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଖ୍ୟାତ ଶିକ୍ଷାବିତ, ଚିନ୍ତାଵିତ୍, ଭାରତୀୟ ଜନସଂଘର ସଂସ୍ଥାପକ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ କରାଯାଇଛି।

ଏଥିରେ ସରପଂଚ ଅବଦୁଲ ୱ।ହିଦ୍ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାନ, କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କ ସମେତ କ୍ଲବର ସଭାପତି ପ୍ରମୋଦ ସାହୁ, ସଂପାଦକ ପ୍ରଦୀପ୍ତ ପ୍ରଧାନ,ମାନସ ବେହେରା, ଜଗଦୀଶ ଦାସ, ଦୀପକ ଦଳାଇ, ବସନ୍ତ ସାହୁ, ସଂଜୟ ବେହେରା, ଅଶୋକ ସାହୁ,ସଜନ ଖାନ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ଶ୍ୟାମା ପ୍ରସାଦ ଜାତୀୟ ଚେତନାକୁ ସୁଦୃଢ କରିବା ଏବଂ ଦେଶର ଏକତା ରକ୍ଷା ପାଇଁ ଜୀବନ ଉତ୍ସର୍ଗ କରିଵା ଉପରେ ଆଲୋକପାତ କରିଥିଲେ। ତାଙ୍କର ଆଦର୍ଶ,ଦୂରଦର୍ଶିତା, ଦେଶପ୍ରେମ, କର୍ତ୍ତବ୍ୟବୋଧ ଓ ସତ୍ୟନିଷ୍ଠ ସେବାର ଆଦର୍ଶକୁ ଆଜିର ଦିନରେ ଯୁବ ସମାଜ ଅନୁସରଣ କରିବା ଉଚିତ ବୋଲି କହିଥିଲେ। ଏହି ଅବସରରେ ଚାରା ରୋପଣ କରା ଯାଇଥିଲା।

 

Leave a Reply

Your email address will not be published. Required fields are marked *