କେନ୍ଦ୍ରାପଡା ଆରଡି ଡିଭିଜନରେ ଜେଇଙ୍କୁ ମାଡ

କେନ୍ଦ୍ରାପଡ଼ା,୨୪/୦୬/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଇଛାପୁର ସ୍ଥିତ ଆର.ଡି.(ଗ୍ରାମ୍ୟଉନ୍ନୟନ ବିଭାଗ) ଡିଭିଜନ କାର୍ଯ୍ୟାଳୟରେ ଜଣେ ଠିକାଦାର ଜନୈକ ଜେଇଙ୍କୁ ମାଡ ମାରିଛନ୍ତି । ଠିକାକାମକୁ ନେଇ ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଠିକାଦାର ଜଣକ ଜେଇଙ୍କୁ ମାଡ ମାରିଥିଲେ । ଘଟଣା ଘଟିବା ପରେ ଆର.ଡି. କାର୍ଯ୍ୟାଳୟର କର୍ମଚାରୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ଶାନ୍ତ କରିଥିଲା । ମାଡ ଖାଇଥିବା ଜେଇ ଏନେଇ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଟେଲିଫୋନରେ ଜଣାଇଥିଲେ । ଫଳରେ ଥାନାଧିକାରୀ ଘଟଣାକୁ ଗୁରୁତର ସହ ନେଇଥିଲେ । ହେଲେ ଏନେଇ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି । ସେ କହିଛନ୍ତି ଲିଖିତ ଅଭିଯୋଗ ନହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ।

Leave a Reply

Your email address will not be published. Required fields are marked *