କଟକ ସଦର: ଷଣ୍ଢ ମାଙ୍କଡଙ୍କ ଦୈ।ରାତ୍ରରେ ଚାଷୀକୂଳ ହତାଶ 

କଟକ ସଦର,୨୦/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳରେ ଷଣ୍ଢ ଓ ମାଙ୍କଡ ପଲଙ୍କ ଦୈ।ରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚାଷୀକୂଳ ହତାଶ ହୋଇପଡିଛନ୍ତି। ଏଥିପାଇଁ ପନିପରିବା ଚାଷ ସହିତ ଅନ୍ୟାନ୍ୟ ଚାଷ ଉପରୁ ଚାଷୀମାନେ ମୁଁହ ଫେରାଇ ନେଉଥିବା ଅଭିଯୋଗ ହୋଇଛି। ଷଣ୍ଢ ମାନେ ରାସ୍ତାଘାଟରେ ଏଭଳି ଉତ୍ପାତ କରୁଛନ୍ତି ଯେ ସବୁ ସମୟରେ ଟ୍ରାଫିକ ଜାମ୍ ହେବା ସହିତ ଲୋକମାନେ ଦୂର୍ଘଟଣାର ଶୀକାର ହେଉଥିବା ନଜିର ରହିଛି। ସେହିପରି ମାଙ୍କଡ଼ ମାନଙ୍କ ଉତ୍ପାତ ରେ ବାଡି ବଗିଚାରେ ପନିପରିବା ତ ଉଜୁଡୁଛି ସେଥିରେ ମାଙ୍କଡ ମାନେ ଘରେ ପଶି ଛୋଟ ପିଲାଙ୍କୁ ଆକ୍ରମଣ କରିଵା ସହିତ ଘରେ ଥିବା ଖାଦ୍ୟ ପଦାର୍ଥ ନେଇଯିବାକୁ ପଛ।ଉନାହାନ୍ତି। ଦୀର୍ଘ ବର୍ଷ ହେଲା ଏହାର ନିରାକରଣ ପାଇଁ ଦାବି ହୋଇଆସୁଥିଲା ବେଳେ ଏଥିପ୍ରତି କାହାର ଯେପରି ଆନ୍ତରିକତା ଥିବା ଭଳି ଜଣା ପଡୁନାହିଁ। ଏଥିପ୍ରତି ସରକାର ଯଦି ଏଵେ ଠାରୁ ଚିନ୍ତା ନ କରନ୍ତି ତେବେ ଚାଷବାସ ସବୁ ଷଣ୍ଢ ମାଙ୍କଡଙ୍କ ଦୈ।ରାତ୍ମ୍ୟରୁ ସଂପୂର୍ଣ୍ଣ ଉଜୁଡିଯିଵା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *