କଟକ ସଦର ବ୍ଲକରେ ଆଉ ଏକ ଠକେଇ ର ପର୍ଦା ଫାଶ

କଟକ ସଦର,୧୨/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକକୁ ଦୁର୍ନୀତି ପିଛା ଛାଡୁ ନଥିଲା ବେଳେ ଆଉ ଏକ ଠକେଇ ର ପର୍ଦାଫାଶ ହେବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ବ୍ଲକର ଦୁଇଜଣ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଙ୍କ ସହିତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମିଥ୍ୟା ଚିକିତ୍ସା ବିଲ୍ ଦେଇ ୫ ଲକ୍ଷ ଟଙ୍କା ଠକି ନେଇଥିବା ଖବର ଗତ ଚାରିଦିନ ତଳେ ‘ ଓଡ଼ିଶା ସମାଚାର’ ରେ ପ୍ରକାଶ ପାଇଥିଲା।

ଖଵର ପ୍ରକାଶନ ପରେ ବ୍ଲକ୍ କର୍ତୃପକ୍ଷ ସମ୍ପୃକ୍ତ କର୍ମଚାରୀ ଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ସେହି ପିଇଓ ଙ୍କ ମଧ୍ୟରୁ ବିକାଶ ପ୍ରଧାନ ଙ୍କ ନାଁ ରେ ପୁଣି ଆସିଛି ସେହି ଏକା ଅଭିଯୋଗ। ବିକାଶ ପ୍ରଧାନ ଅନ୍ୟ ବ୍ଲକରେ କାର୍ୟ୍ୟ କରୁଥିବା ସମୟରେ ପତ୍ନୀଙ୍କ ଦେହ ଖରାପ ଦର୍ଶାଇ ୧ ଲକ୍ଷ ୮୦ ହଜାର ଟଙ୍କାର ମିଥ୍ୟା ବିଲ୍ ଦେଇ କଟକ ସଦର ଵ୍ଲକରୁ ଟଙ୍କା ହଡ଼ପ କରିଥିବା ଅଡିଟ ରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ହଡ଼ପ ଅଭିଯୁକ୍ତ ନିରାକାର ମିଶ୍ର ଓ ବିକାଶ ପ୍ରଧାନ ଦୁଇ ପିଇଓ କୈ। ଣସି ପଞ୍ଚାୟତ ରେ କାର୍ୟ୍ୟରତ ନଥାଇ ବ୍ଲକ କାର୍ୟ୍ୟାଳୟରେ ରହି କାର୍ୟ୍ୟ କରିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 

 

Leave a Reply

Your email address will not be published. Required fields are marked *