୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ

                                        ଅନନ୍ତ ନାଗଙ୍କୁ ଦାଦା ସାହେବ ଫାଲ୍କେ
ଅହମ୍ମଦାବାଦ / ଭୁବନେଶ୍ୱର,୨୨/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଗୁଜରାଟର ଏକତା ନଗରଠାରେ ଆଜି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
୨୦୨୪ ବର୍ଷ ପାଇଁ ପ୍ରଦତ ଏହି ପୁରସ୍କାର ତାଲିକା ପୂର୍ବରୁ ଘୋଷିତ ହୋଇସାରିଥିଲା । ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ‘ଆର୍ଟିକିଲ୍ ୩୭୦’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଥିରେ ବଳିଷ୍ଠ ଅଭିନୟ ପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ବରିଷ୍ଠ ଅଭିନେତା ମାମୁଟ୍ଟି ଏବଂ କାର୍ତିିକ ଆରଯ୍ୟନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସାମ୍ମାନିତ କରାଯାଇଥିଲା । ମାମୁଟ୍ଟିଙ୍କୁ ‘ବ୍ରମାୟୁଗମ’ ପାଇଁ ଏବଂ କାର୍ତିକ ଅରଯ୍ୟନଙ୍କୁ ‘ଚନ୍ଦୁ ଚାମ୍ପିଅନ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅମ୍ରାନ ଚଳଚ୍ଚିତ୍ରରେ ବଳିଷ୍ଠ ନିର୍ଦେଶନା ପାଇଁ ରାଜ କୁମାର ପେରିଆସାମୀଙ୍କ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ମିଳିଥିବା ବେଳେ କଲ୍କି ୨୮୯୮ ଏଡିକୁ ଶ୍ରେଷ୍ଠ ମନୋରଂଜନଧର୍ମୀ
ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଅନୁରୂପ ଭାବେ ପୁଷ୍ପା-୨, ସ୍ତ୍ରୀ-୨, ମହାରାଜା ଆଦି ଫିଲ୍ମକୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା । ରାଜଧାନୀ ନୂଆଦିଲ୍ଲୀ ବାହାରେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର ପ୍ରଦାନ ଉତ୍ସବ ।

Leave a Reply

Your email address will not be published. Required fields are marked *