କଂସାର ସାହାସପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦର ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡ଼ା,୨୪/୦୬/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ କଂସାର-ସାହାସପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସଂସଦ ସଭାପତି ଫକୀର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓ.ଏଫ.ଏସ. ଅଧିକାରୀ ତଥା ବିଶିଷ୍ଟ ଶିକ୍ଷାବିତ ରବିନ୍ଦ୍ରନାଥ ପଣ୍ଡା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ବିଜୟ କେତନ ମହାପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ବିଦ୍ୟାଳୟର ମେଧାବୀ ଛାତ୍ରୀ ପୂଜାରିଣୀ ନାୟକ ଓ ଛାତ୍ର ବିଶ୍ୱଜିତ ବିଶ୍ୱାଳଙ୍କୁ ଶ୍ରୀ ପଣ୍ଡାଙ୍କ ପ୍ରଦତ ପ୍ରୋତ୍ସାହନ ରାଶି, ପ୍ରଶଂସାପତ୍ର, ଉତରୀୟ ଏବଂ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଗଗନବିହାରୀ ମନ୍ତ୍ରୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସହସମ୍ପାଦକ ବସନ୍ତ କୁମାର ଓଝା ଅତିଥି ପରିଚୟ, କୋଷାଧ୍ୟକ୍ଷ ମୂରଲୀଧର ପାତ୍ର ସ୍ୱାଗତ ଭାଷଣ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତିଲତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ପରମାନନ୍ଦ ସେଠୀ, ଖଗେଶ୍ୱର ମହାପାତ୍ର, ରବିନ୍ଦ୍ରନାଥ ମହାପାତ୍ର, କୈଳାସ ଚନ୍ଦ୍ର ଲେଙ୍କା, ଦାମୋଦର ପଣ୍ଡା, ସୁରେନ୍ଦ୍ର ନାଥ ପଣ୍ଡା, ପ୍ରଶାନ୍ତ କୁମାର ବେହେରା, ସନ୍ତୋଷ ନାୟକ, ରବିନ୍ଦ୍ର ବେହେରା, ଚତୁର୍ଭୁଜ ପଣ୍ଡା, କ୍ଷେତ୍ରବାସୀ ବିଶ୍ୱାଳଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *