କେନ୍ଦ୍ରାପଡ଼ା, ୦୨/୧୧/୨୦୨୪ (ଓଡ଼ିଶା ସମାଚାର)- ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଚେସ ପ୍ରତିଯୋଗିତା କେନ୍ଦ୍ରାପଡା ଜିଲଳ ଚେସ ଆସୋସିଏସନ ପକ୍ଷରୁ ଶନିବାର ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦୁଇ ଦିନିଆ ଚେସ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ପଦ୍ମଜା କବି ଶତପଥୀ,ଅଧ୍ୟାପକ ମଥୁରୀ ନାୟକ, ସମାଜସେବୀ ଭକ୍ତ ଚରଣ ମଲ୍ଲ ଓ ଅନ୍ତର୍ଜାତିକ ଆରବିଟର ତଥା କେନ୍ଦ୍ରାପଡା ଜିଲା ଚେସ ଆସୋସିଏସନର ସମ୍ପାଦକ ଭବେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାକୁ ଜିଲା ଚେସ ଆସୋସିଏସନର କୋଷାଧ୍ୟକ୍ଷ ପିଙ୍କି ମହାପାତ୍ର ଓ ସନ୍ତୋଷ ମହାପାତ୍ର ସୁଚାରୁରୂପେ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ଚେସ ଆସୋସିଏସନ ପକ୍ଷରୁ ହାଡିବନ୍ଧୁ ସିଂ, ଧରଣୀଧର ସେଠୀ, ହିମାଂଶୁ ନାୟକ, ପ୍ରତାପ ଚନ୍ଦ୍ର ମହାନ୍ତି, ଲଲାଟେନ୍ଦୁ ସାମଲ, ନାରାୟଣ ଦାସ ପ୍ରମୁଖ ସହଯୋଗ କରିଥିଲେ । ଆଜିର ପ୍ରତିଯୋଗିତାରେ ଶହେ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।