କଟକ ସଦର,୧୧/୧୧/୨୦୨୫ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ର ଐତିହାସିକ ବାଲିଯାତ୍ରା ଅବସରରେ ପ୍ରଥମ ଥର ପାଇଁ ମହାନଦୀ ରେ ଆଜି ମଙ୍ଗଳବାର ପୂର୍ବାହ୍ନ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ବୋଟ୍ ରେସ୍ ଓ ଫ୍ଲାଏ ବୋଟ୍ ସୋ କାର୍ଯ୍ୟକ୍ରମ।

ଏହାକୁ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ୧୦ ଟି ରାଜ୍ୟର ପୁରୁଷ ଟିମ୍ ଓ ୫ ଟି ରାଜ୍ୟର ମହିଳା ଟିମ୍ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଏହି ସୋ ଦେଖିବାକୁ ମହାନଦୀ କୂଳରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଜଣାଯାଇଛି।
