ସୋମପୁର ପଞ୍ଚାୟତରେ’ ଆମ ଓଡ଼ିଶା ନବୀନ ଓଡ଼ିଶା’ ର ସଚେତନତା କାର୍ୟ୍ୟକ୍ରମ

କଟକ ସଦର, ୦୭/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆନୁକୁଲ୍ୟରେ ସରକାରୀ ସଚେତନତା କାର୍ୟ୍ୟକ୍ରମ ଆଜି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସରପଂଚ ପିତାମ୍ବର ଦାସଙ୍କ ସଭାପତିତ୍ବ ଓ ପୂର୍ବତନ ସରପଂଚ ରୂପକ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ପ୍ରତ୍ୟେକ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନା ଯେପରି ପହଞ୍ଚିଵ ସେଥିପ୍ରତି ସମସ୍ତେ ଯତ୍ନବାନ ହେଵା ଆବଶ୍ୟକ ଵୋଲି ବକ୍ତବ୍ୟରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ, ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ଜିଲ୍ଲା ଉପସଭାପତି ସମର ବେହେରା, ମିଶନ ଶକ୍ତି ସଂଯୋଜକ ଶରତ ରାୟ, ଵେଣ୍ଟକାର ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଶୁଭାଶିଷ ଶତପଥୀ, ଵିଧାୟକଙ୍କ ବ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା,ଯୁବ ଵିଜେଡି ସଭାପତି ହିମାଂଶୁ ଦାସ ପ୍ରମୁଖ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମ ପରିଚାଳନାରେ ଶକ୍ତି ପ୍ରସାଦ ସ୍ୱାଇଁ, ଅଭୟ ସାହୁ, ରାଜେନ୍ଦ୍ର ଦାସ,ନଵ କିଶୋର ରାଉତ,ସୟଦ ନୁର ଅଲ୍ଲୀ, ଇନ୍ଦୁଭୂଷଣ ବେହେରା, ନିରଞ୍ଜନ ବେହେରା ଫିରଦୋଷ ହୁସେନ ପ୍ରମୁଖ ସହାୟତା ଯୋଗାଇଥିଲେ ।

Leave a Reply

Your email address will not be published. Required fields are marked *