ଯୁବପ୍ରତିଭାଙ୍କୁ ଜାତୀୟସ୍ତରରେ ପରିଚିତ କରାଇବାରେ ମିଶନ ଡି୍ରମ୍ସର ଭୂମିକା ଅଭିନନ୍ଦନୀୟ
ଭୁବନେଶ୍ୱର, ୩/୮/୨୦୨୪ (ଓଡ଼ିଶା ସମାଚାର)- ଗ୍ଲାମର ଶିଳ୍ପରେ ବିଶ୍ୱାସର ସହ ଭାଗ ନେବାକୁ ଆଜିର ବିକାଶଉନ୍ମୁଖି ପ୍ରତିଭାମାନଙ୍କ ପାଇଁ ସୁନ୍ଦରୀ ପ୍ରତିଯୋଗିତା ପ୍ରମୁଖ ଭୁମିକା ଗ୍ରହଣ କରିଛି । ଓଡ଼ିଶାର ଯୁବପ୍ରତିଭାମାନଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ପରିଚିତ କରାଇବାରେ ମିଶନ ଡି୍ରମ୍ସ ପ୍ରୟାସ ଜାରି ରଖିବା ଅଭିନନ୍ଦନୀୟ । ଏହାରି ମାଧ୍ୟମରେ ଭବିଷ୍ୟତର ବିଭିନ୍ନ ପିଢିର କଳାକାର ସୃଷ୍ଟି ହେବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।
ଶନିବାର ପ୍ରେସ୍ କ୍ଲବ ଅଫ ଓଡ଼ିଶାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟିମ୍ ଆଡମାର୍କର ପରିଚାଳନା ନିର୍ଦ୍ଧେଶକ ନିଶିକାନ୍ତ ମିଶ୍ର ଏବଂ ‘ଓଡ଼ିଶା ଭାସ୍କର’ର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ କହିଥିଲେ ଯେ, ମିଶନ ଡି୍ରମ୍ସ କଳାକାରମାନଙ୍କ ଅନ୍ତର୍ନିହିତ ପ୍ରତିଭା ଲୋକଲୋଚନକୁ ଆଣିବା ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଅନୁଷ୍ଠାନର ଏହି ପ୍ରୟାସରେ ସବୁସ୍ତରର ବ୍ୟକ୍ତିବିଶେଷ ସାମିଲ୍ ହେବାକୁ ଆହ୍ୱାନ ଦେଇଥିଲେ । ମିସ୍ ଇଣ୍ଡିଆ ୨୦୨୩ର ବିଜେତା ଅୟନା, ୨୦୨୨ର ବିଜେତା କେ. ଆର ସନ୍ତୋସିନୀ, ଓଲିଉଡ଼ ଅଭିନେତ୍ରୀ ଭୂମିକା ଦାସ, ଚଳଚ୍ଚିତ୍ର ନିର୍ମାତା ଟିଭି/ଓଟିଟି କ୍ରିଏଟିଭ ହେଡ୍ ତଥା କି୍ରଏଟିଭ ନିର୍ଦ୍ଧେଶକ ଶାନ୍ତନୁ କୁମାର ସିଅ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଉପସଭାପତି ତଥା ‘ଉନ୍ନତିପଥେ’ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ କହିଛନ୍ତି ଯେ, ଉତ୍ସାହୀ ପ୍ରତିଭାମାନଙ୍କ ପାଇଁ ମିଶନ ଡ୍ରିମସ ଏକ ବଡ ପ୍ଲାଟଫର୍ମ ସାଜିଛି । ଏହି ପ୍ଲାଟଫର୍ମ ଓଡିଶାର ସଂସ୍କତିକୁ ଫ୍ୟାସନ ଜରିଆରେ ପ୍ରଚାର ଓ ପ୍ରସାର କରୁଛି ଏବଂ ନୂଆ ପ୍ରତିଭା ମାନଙ୍କ ଚଳଚ୍ଚିତ୍ର ଏବଂ ଫ୍ୟାସନ ଶିଳ୍ପମାନଙ୍କରେ ସାମିଲ୍ ହେବାକୁ ସୁଯୋଗ ସୃଷ୍ଟି କରୁଛି । ଏହା ଆମ ରାଜ୍ୟ ପାଇଁ ଗୌରବର ବିଷୟ ଯେ ଓଡିଆ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧ ମିଶନ ଡି୍ରମସ୍ର ସୁନ୍ଦରୀ ପ୍ରତିଯୋଗିତାରେ ସମ୍ମିଳିତ ହେବାକୁ ଯାଉଛି ବୋଲି କହିଥିଲେ । ପ୍ରାରମ୍ଭରେ ମିଶନ ଡ୍ରିମସ୍ର ଓଡ଼ିଶା ମୁଖ୍ୟ ପ୍ରଭାସ ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରି୍ରୟା ପ୍ରିୟମ୍ବଦା, ହେଉଛନ୍ତି ଜଣେ ଅଭିନେତ୍ରୀ, ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ମିଶନ ଡି୍ରମସ୍ର ପ୍ରତିଷ୍ଠାତା ଏବଂ ନିର୍ଦ୍ଧେଶିକା । ସେ ସୂଚନା ଦେଇଛନ୍ତି ଯେ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ମିିଶନ ଡ୍ରିମ୍ସ ପକ୍ଷରୁ ‘ମିସ୍, ମିଷ୍ଟର ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪’ ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ହେବ ସିଜନ ୬ ଗ୍ରାଣ୍ଡ ଫିନାଲେ । ମିିଶନ ଡ୍ରିମ୍ସ ପକ୍ଷରୁ ‘ମିସ୍, ମିଷ୍ଟର ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪’ ପ୍ରତିଯୋଗିତା ପୁରୀ ଠାରେ ନଭେମ୍ବର ୧୧ ଏବଂ ୧୨ ରେ ଅନୁଷ୍ଠିତ ହେବା ପାଇଁ ସ୍ଥିରିକୃତ ହୋଇଛି । ଏହି ପ୍ରତିଯୋଗିତାରେ ମହାରାଷ୍ଟ୍ର, ବିହାର, ଗୁଜୁରାଟ, ରାଜସ୍ଥାନ, ଆସାମ, ଛତିଶଗଡ ଓ ନାଗାଲାଣ୍ଡ ପ୍ରଭୃତି ରାଜ୍ୟମାନଙ୍କରୁ ପ୍ରତିଭାମାନେ ଗ୍ରାଣ୍ଡ ଫିନାଲେରେ ଯୋଗ ଦେବେ । ଏଥିରେ ଆର୍ମି ଅଭିଏସନ ଇଣ୍ଡିଆନ ଆର୍ମିର ମହାନିର୍ଦ୍ଧେଶକ ଲେପ୍ଟନା ଜେନେରାଲ ଅଜୟ କୁମାର ସୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ‘ଅଲ ଇଣ୍ଡିଆ ଫ୍ୟାସନ ଉଇକ୍-୨୦୨୪’ର ପରଦିନ ଅର୍ଥାତ ନଭେମ୍ବର ୧୩ ତାରିଖ ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଦେଶର ବିଭିନ୍ନ ସହରରୁ ଆଗଧାଡିର ଫାସନ ଡିଜାଇନରସ ଏବଂ ମଡେଲ ଏହି ‘ଅଲ ଇଣ୍ଡିଆ ଫ୍ୟାସନ ଉଇକ୍-୨୦୨୪’ ରେ ସେମାନଙ୍କର ଡିଜାଇନ ପ୍ରଦର୍ଶିତ କରିବେ । ମିଶନ ଡ୍ରିମସ ହିନ୍ଦି ମ୍ୟୁଜିକ୍ ଭିଡିଓ, ‘ତୁ ହେ ଜୁନୁନ୍’ ନିର୍ମିତ କରି ଜିରାଙ୍ଗ ହେରିଟେଜକୁ ପ୍ରସାର କରି ଓଡିଶାର ପର୍ଯ୍ୟଟନକୁ ଜାତୀୟସ୍ତରରେ ବିକଶିତ କରିବାକୁ ଉଦ୍ୟମ କରିଛନ୍ତି । ଏହି ମୁ୍ୟଜିକରେ ପୂର୍ବ ବିଜେତାମାନେ ଅଂଶଗ୍ରହଣ କରିଛନ୍ତି । ସେହିପରି ଏହି ବର୍ଷ ଅନ୍ୟ ଏକ ଟୁରିଷ୍ଟ ଡେଷ୍ଟିନେଶନକୁ ନିକଟ ବିଜେତାଙ୍କ ସହାୟତାରେ ବିକଶିତ କରିବା ପାଇଁ ଯୋଜନା କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ହେବ ‘ମିସ୍, ମିଷ୍ଟର ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪’
