କୋଠପଦା ଆର ଏନ ବିଦ୍ୟାପୀଠ ର ବାର୍ଷିକ କ୍ରୀଡା

ମାହାଙ୍ଗା,୦୭/୦୨/୨୦୨୪(ଓଡିଶା ସମାଚାର /ଅଭୟ ଜେନା) – ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତର କୋଠପଦା ମିନି ଷ୍ଟାଡିଅମରେ ରଘୁନାଥ ବିଦ୍ୟାପୀଠ କୋଠପଦା ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ କ୍ରୀଡା ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ପୂର୍ବତନ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ଜୟଦେବ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଜୁନିୟର,ସିନିଅର ଗ୍ରୁଫ ତିଆରି କରାଯିବା ପରେ ଶହେ ମିଟର ଦୌଡ଼, ୨ ସହ ମିଟର ଓ ହଜାରେ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  ।  ସର୍ଟପୁଟ, ଡିସ୍କସ, ଜାଭେଲିନ, ଲଙ୍ଗଜମ୍ପ, ହାଇଜମ୍ପ, ଭଳି ବିଭିନ୍ନ ପ୍ରତିଯୋଗିତାରେ ପିଲାମାନେ ଅଂଶଗ୍ରହଣ କରିଥିଲେ  । ଶିକ୍ଷକ ମାଗୁଣି ଚରଣ ସାମଲ, ପର୍ଶୁରାମ ଦାସ, ବ୍ରଜବନ୍ଧୁ ପଲେଇ, ନିହାରିକା ପ୍ରିୟ ଦର୍ଶିନୀ, ସଚିନ ପ୍ରଧାନ, ସ୍ଵର୍ଣ୍ଣଲକ୍ଷ୍ମୀ ଦାସ, ଗୌରୀ ଶଙ୍କର ମିଶ୍ର, ଯୋଗଜନ୍ମା ବେହେରା,ସନ୍ଧ୍ୟାରାଣୀ ଦାସ,ରଶ୍ମିତା ବାରିକ, ରଞ୍ଜୁଲତା ରାଉତ ପ୍ରମୁଖ ଯୋଗଦେଇଥିଲେ  । ଉତ୍ସବ ପରିଚାଳନାରେ ଅଜୟ ନନ୍ଦ ଓ  ଗୋପେନ୍ଦ୍ର ଚକ୍ରବର୍ତ୍ତୀ ସହାୟତା ପ୍ରଦାନ କରିଥିଲେ  ।

Leave a Reply

Your email address will not be published. Required fields are marked *