କଟକ ସଦର ଵିଜେପି ପକ୍ଷରୁ ଶକ୍ତି ସମ୍ବାଦ ଓ ସଂପର୍କ ଅଭିଯାନ

କଟକ ସଦର, ୦୭/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵିଜେପି ପକ୍ଷରୁ ଆଜି ବୁଧବାର ଦିନ ରାମକୁମାର ପୁର ଠାରେ ମୋଦୀଙ୍କ ସଂପର୍କ-ସଂଗଠିତ ନାରୀ ସଶକ୍ତ ଓଡ଼ିଶା ଉପଲକ୍ଷେ ଶକ୍ତି ସମ୍ବାଦ ଓ ସଂପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସଦର ଵିଜେପି ନେତା ତଥା କଟକ ଜିଲ୍ଲା ଵିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରାଙ୍କ ନେତୃତ୍ବରେ ଏଵଂ କଟକ ସଦର ଵିଜେପି ସଂଯୋଜକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଅଭିଯାନ ସଭାରେ ରାଜ୍ୟ ଵିଜେପି କାର୍ଯ୍ୟକାରିଣୀ ସଦସ୍ୟା ଗୀତା ଦାସ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ସତପଥି, କଟକ ସଦର ପ୍ରଭାରୀ ରଶ୍ମିରେଖା ଦାସ, ଜିଲ୍ଲା ସାଧାରଣ ସଂପାଦକ ଆଲୋକ ମହାନ୍ତି, ନଗର ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମାମିନା ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ମହିଳା କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *