କେନ୍ଦ୍ରାପଡ଼ା,୨୪/୦୧/୨୦୨୬(ଓଡ଼ିଶା ସମାଚାର)- ଇନ୍ଦୁପୁର ସତସଙ୍ଗ କେନ୍ଦ୍ର ପ୍ରକଳ୍ପ ନିର୍ମାଣର ଭୂମି ପୂଜନ, ପବିତ୍ର ଘଟ ସ୍ଥାପନ ଓ ବାର୍ଷିକ ସତସଙ୍ଗ ଅଧିବେଶନ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି । ସତସଙ୍ଗ ସହ ପ୍ରତିଋତ୍ୱିକ ରମେଶ ଚନ୍ଦ୍ର ରାଉତ ଉକ୍ତ ସତସଙ୍ଗରେ ଅଧ୍ୟକ୍ଷତା କରିଥିବା ବେଳେ ସହ ପ୍ରତିଋତ୍ୱିକ ଦୁର୍ଯେ୍ୟାଧନ ରଥ, ଗୁରୁଚରଣ ପରିଡା, ବିଜୟ କେତନ ମହାପାତ୍ର, ନିରଞ୍ଜନ ବେହେରା, ପ୍ରହ୍ଲାଦ ନାଥଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ପବିତ୍ର ପଞ୍ଜାଧାରୀ କର୍ମୀ ପ୍ରଦୁ୍ୟମ୍ନ କୁମାର ଜେନା ସତସଙ୍ଗର ଉଦେଶ୍ୟ ଓ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟଜୀବନ ଉପରେ ଆଲୋକପାତ କରିଥିଲେ । ପବିତ୍ର ପାଞ୍ଜାଧାରୀ କର୍ମୀ ରବିନ୍ଦ୍ର ନାୟକ, ବିନୟ କୁମାର ବୋଷ, ମନୋରଞ୍ଜନ ବୋଷ, ଦୈତାରୀ ସାହୁ, କଣ୍ଡୁରୀ ଚରଣ ପ୍ରଧାନ, ଶରତ ଚନ୍ଦ୍ର ରାଉତ, ଭରତ ଚନ୍ଦ୍ର ଦାଶ, ଅଭୟ ଚରଣ ଦାଶ, ଭାଗିରଥି ମହାନ୍ତି, ଶ୍ରୀଧର ଦାଶଙ୍କ ସମେତ ସହ ବହୁ ସଂଖ୍ୟାରେ ଆଂଚଳିକ ଗୁରୁଭ୍ରାତା ମା’ ସତସଙ୍ଗ ପିପାସୁ ଶ୍ରଦ୍ଧାଳୁ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ସର୍ବ ଶେଷରେ ଶ୍ରୀ ଶ୍ରୀ ଠାକୁରଙ୍କ ପବିତ୍ର ପଞ୍ଜାଧାରୀ କର୍ମୀ ବିଜୟ କୁମାର ଜେନା ବନ୍ଦେପୁରୁଷୋତମ ଧ୍ୱନି ଦେଇ ସତସଙ୍ଗ ସମାପନ ହୋଇଥିଲା ।
