ଭୁବନ ୧୯/୦୬/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତର ମଠଖୋକସା ଦେହୁରୀ ସାହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବିଗତ ସରକାର ସମୟରେ ଯାହା ନାଲି ମାଟି ଗଣ୍ଡାଏ ପଡ଼ିଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଏହି ରାସ୍ତାକୁ ସି ସି ( ସିମେଣ୍ଟ କଂକ୍ରିଟ ) ରାସ୍ତା କରାଯିବ , ଆଉ ପାଣି କାଦୁଅ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ପରଠାରୁ ଆଜି ପର୍ୟ୍ୟନ୍ତ ଏହି ରାସ୍ତାରେ ସିମେଣ୍ଟ କଂକ୍ରିଟ କରିବା ଦୂରେ ଥାଉ, ମୋରମ ଗାଣ୍ଡୁଏ ପଡ଼ି ପାରିଲା ନାହିଁ । ବର୍ଷା ଦିନେ ଏହି ରାସ୍ତାରେ ଆଣ୍ଠୁଏ କାଦୁଅ ପାଣିରେ ଯିବା ଆସିବା କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ।
ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏହି ରାସ୍ତାକୁ ସି ସି ରୋଡ/ ପେଭର୍ ରାସ୍ତା କରାନଗଲେ ସମଗ୍ର ଦେହୁରୀ ସାହି ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅବଗତ କରାଇଛନ୍ତି । ଏ ସମ୍ପର୍କରେ ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଙ୍କୁ ଯୋଗାଯୋଗ କରିବାରୁ ଆମେ ବାରମ୍ବାର ପ୍ରୋଜେକ୍ଟ ଦେଉଛୁ କିନ୍ତୁ ପଇସା ସାଙ୍କସନ ହେଉନି । ଏଥିପାଇଁ ଆମେ କଣ କରିବୁ ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି।
