ଭୁବନେଶ୍ୱର,୦୬/୦୬/୨୦୨୬(ଓଡ଼ିଶା ସମାଚାର)- ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା ସୁନାଦେଈ ୱାର୍କରସ କ୍ଲବ ତରଫରୁ ନିୟୁ ଏଜି କଲୋନୀଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଏଜି କଲୋନୀର ମା’ ଭଉଣୀମାନେ ଯୋଗଦେଇ ବୃକ୍ଷରୋପଣରେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ବିବେକାନନ୍ଦ ବାରିକ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଘରେ ଯେପରି ଗୋଟେ ପୁଅ ବା ଝିଅ ଜନ୍ମ ହେଲେ ଯେପରି ତାର ଏକ ବର୍ଷ ପରେ ଜନ୍ମଦିନ ପାଳନ କରାଯାଏ ସେହିପରି ବୃକ୍ଷଟିଏ ଲଗାଇ ଠିକ୍ ବର୍ଷକ ପରେ ବୃକ୍ଷଟିର ଜନ୍ମଦିନ ପାଳନ କରନ୍ତୁ । ଏହି କାର୍ଯ୍ୟକ୍ରମରେ ଜ୍ୟୋତିପ୍ରକାଶ ମିଶ୍ର, ସୁନାରାମ ସିଂ ବୃକ୍ଷରୋପଣ ଶିବିର ପରିଚାଳନା କରିଥିଲେ ।
ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା ସୁନାଦେଈ ୱାର୍କରସ କ୍ଲବର ବିଶ୍ୱ ପରିବେଶ ଦିବସ ପାଳିତ
