ଯାଜପୁରରେ ନିଟ୍ ପୁନଃପରୀକ୍ଷା ପାଇଁ ସ୍ୱତନ୍ତ୍ର ବସ୍ ସେବା

ଯାଜପୁର, ୧୯/୦୬/୨୬(ଓଡ଼ିଶା ସମାଚାର)-  ଆସନ୍ତା ଜୁନ୍ ୨୧ ତାରିଖରେ ନିଟ୍ (ୟୁଜି) ପୁନଃ ପରୀକ୍ଷା ଥିବାରୁ ଯାଜପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅନ୍ତର୍ଗତ ବିଭିନ୍ନ ବସଗୁଡିକର ରୁଟ୍ ମ୍ୟାପ୍ ଜାରି କରାଯାଇଛି। ପ୍ରଥମ ବସ୍ ଯାଜପୁର ଟାଉନ୍ ବସ ଷ୍ଟାଣ୍ଡ ରୁ ସକାଳ ୮.୩୦ ରେ ବାହାରି ଭାୟା ପାଣିକୋଇଲି ଦେଇ ବ୍ୟାସନଗର କଲେଜ ନିକଟରେ ୧୦.୧୫ ରେ ପହଞ୍ଚିବ। ଦ୍ୱିତୀୟ ବସ୍ ଯାଜପୁର ଟାଉନ୍ ବସ୍ ଷ୍ଟାଣ୍ଡ ରୁ ସକାଳ ୮.୪୫ ରେ ବାହାରି ବ୍ୟାସନଗର କଲେଜରେ ୧୦.୩୦ ରେ ପହଞ୍ଚିବ। ନରସିଂହ ଚୌଧୁରୀ ମହାବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପାଣିକୋଇଲି, ସରକାରୀ ପଲିଟେକ୍ନିକ୍ କଲେଜ, ରଗଡ଼ି, ବ୍ୟାସନଗର କଲେଜ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ପ୍ରଥମ ଦୁଇଟି ବସରେ ଯାଇପାରିବେ।

ତୃତୀୟ ବସ୍ ସକାଳ ୮.୩୦ ରେ ଯାଜପୁର ରୋଡ ରେଳ ଷ୍ଟେସନରୁ ବାହାରି ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ୧୦ ଘଟିକାରେ ପହଞ୍ଚିବ। ଚତୁର୍ଥ ବସ୍ ସକାଳ ୮.୪୫ ରେ ଯାଜପୁର ରୋଡ ରେଳ ଷ୍ଟେସନରୁ ବାହାରି ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ୧୦.୧୫ ଘଟିକାରେ ପହଞ୍ଚିବ। ବ୍ୟାସନଗର କଲେଜ, ସରକାରୀ ପଲିଟେକ୍ନିକ୍ କଲେଜ, ରଗଡ଼ି, ଜବାହର ନବୋଦୟ ବିଦ୍ୟାଳୟ ପାଣିକୋଇଲି, ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ତୃତୀୟ ଏବଂ ଚତୁର୍ଥ ବସରେ ଯାଇପାରିବେ। ପଞ୍ଚମ ବସ୍ ଛତିଆରୁ ସକାଳ ୮.୧୫ ରେ ବାହାରି ଚଣ୍ଡିଖୋଲ, କୁଆଖିଆ, ପାଣିକୋଇଲି ଦେଇ ବ୍ୟାସନଗର କଲେଜରେ ୧୦.୧୫ ରେ ପହଞ୍ଚିବ। ଜବାହାର ନବୋଦୟ ବିଦ୍ୟାଳୟ ପାଣିକୋଇଲି, ସରକାରୀ ପଲିଟେକ୍ନିକ୍ କଲେଜ, ରଗଡ଼ି, ବ୍ୟାସନଗର କଲେଜ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ପଞ୍ଚମ ବସରେ ଯାଇପାରିବେ।

ଷଷ୍ଠ ବସ୍ ଛତିଆରୁ ୮.୩୦ ରେ ବାହାରି ପାଣିକୋଇଲି, ଏନସି କଲେଜ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଅକରପଡ଼ାରେ ୧୦.୩୪ ରେ ପହଞ୍ଚିବ। ଜବାହାର ନବୋଦୟ ବିଦ୍ୟାଳୟ ପାଣିକୋଇଲି, ସରକାରୀ ପଲିଟେକ୍ନିକ୍ କଲେଜ, ରଗଡ଼ି, ନରସିଂହ ଚୌଧୁରୀ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଅକରପଡ଼ା ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ଷଷ୍ଠ ବସରେ ଯାଇପାରିବେ। ସେହିଭଳି ସପ୍ତମ ବସ୍ ଯାଜପୁର ଟାଉନ ବସ ଷ୍ଟାଣ୍ଡରୁ ୯.୩୦ ରୁ ବାହାରି କେନ୍ଦ୍ରୀୟ ବିଦ୍ୟାଳୟ ଅକରପଡ଼ାରେ ୯.୪୫ ରେ ପହଞ୍ଚିବ। ଅଷ୍ଟମ ବସ୍ ବ୍ୟାସନଗର କଲେଜ ରୁ ୯ ଟାରେ ବାହାରି ଯାଜପୁର ଟାଉନ୍ ବସ୍ ଷ୍ଟାଣ୍ଡରେ ୧୦.୩୩ ରେ ପହଞ୍ଚିବ। ବ୍ୟାସନଗର କଲେଜ, ପଲିଟେକ୍ନିକ୍ କଲେଜ, ରଗଡ଼ି, ପାଣିକୋଇଲି, ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ଅଷ୍ଟମ ବସରେ ଯାଇପାରିବେ। ପରୀକ୍ଷାର୍ଥୀ ନିଟ୍ ପୁନଃପରୀକ୍ଷାର ଆଡମିଟ କାର୍ଡ ସାଙ୍ଗରେ ନେଇ ଯିବେ। ପରୀକ୍ଷା ସରିବାର ୩୦ ମିନିଟ ପରେ ପ୍ରତ୍ୟେକ ବସ୍ ପ୍ରତ୍ୟାବର୍ତ୍ତନ କରିବେ। ଜନସାଧାରଣ ଏବଂ ପରୀକ୍ଷାର୍ଥୀଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *