ନାଗେଶ୍ଵରନାଥଙ୍କ ପୀଠରେ ଆଧ୍ୟାତ୍ମିକ ପରିବେଶରେ ଦେଵ ଵିଵାହ ଅନୁଷ୍ଠିତ 

କଟକ ସଦର ,୧୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତରେ ଅବସ୍ଥିତ ପ୍ରସିଦ୍ଧ ନାଗେଶ୍ଵରନାଥଙ୍କ ଶୈବପୀଠରେ ଆଜି ଶୁକ୍ରବାର ଦିନ ପ୍ରଥା ଅନୁସାରେ ପାରମ୍ପରିକ ଦେଵ ଵିଵାହ କାର୍ଯ୍ୟକ୍ରମ ଯଥାବିଧି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବର ପିତା ମାତା ଭାବେ ପ୍ରଭାତ କୁମାର ଦାଶ ଉଷାରାଣୀ ଦାଶ ଓ କନ୍ୟା ପିତା ମାତା ଭାବେ ବିନ୍ଦୁ ଭୁଷଣ ମାଝି ଅନ୍ନପୂର୍ଣ୍ଣା ମାଝି ବିବାହ ବେଦୀରେ ଵିଵାହ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ପରିଚାଳନାରେ ପୁଜକ ରମାକାନ୍ତ ନାୟକ, ଜଗବନ୍ଧୁ ନାୟକ, ଚନ୍ଦ୍ରକାନ୍ତ ନାୟକ, ନିରଞ୍ଜନ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରକାଶ କୁମାର ନାୟକ, ଭାସ୍କର ଚନ୍ଦ୍ର ନାୟକ, ରବିନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ ପ୍ରମୁଖ ଠାକୁରଙ୍କ ନୀତି କାନ୍ତିରେ ସହାୟତା କରିଥିବା ବେଳେ ସରପଂଚ ରାକେଶ ବେହେରା ଉପସ୍ଥିତ ରହିଥିଲେ। ଦେବ ଵିଵାହ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା ।

Leave a Reply

Your email address will not be published. Required fields are marked *