ନେମାଳ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସ୍ଵନକ୍ଷତ୍ର ଦିବସ

 ନିଶ୍ଚିନ୍ତକୋଇଲି, ୦୮/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) – କଟକ ଜିଲ୍ଲା ନେମାଳସ୍ଥିତ ପଦ୍ମବନ ପୀଠ ରେ ଦିବ୍ୟଦ୍ରଷ୍ଟା, ପଞ୍ଚସଖା ଯୁଗର ସିଦ୍ଧ ସାଧକ, ମାଳିକା ରଚୟିତା ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପବିତ୍ର ସ୍ଵନକ୍ଷତ୍ର ଦିବସ । ଏହି ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଅଛି ।  ବିଭିନ୍ନ ଅଞ୍ଚଳରୁ ଶତାଧିକ ସଂକୀର୍ତନ ଦଳ ଯୋଗ ଦେଇଛନ୍ତି ।  ପ୍ରାତଃ ରୁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହୋଇଛି । ସ୍ଵନକ୍ଷତ୍ର ଦିବସରେ ବ୍ୟାପକ ଜନଗହଳି ଦୃଷ୍ଟିରୁ ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆନନ୍ଦ ବଜାରରେ ଭକ୍ତ ମାନଙ୍କ ପ୍ରସାଦ ସେବନର ସୁ ବନ୍ଦୋବସ୍ତ କରାଯାଇଛି  ।

Leave a Reply

Your email address will not be published. Required fields are marked *