ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ଶପଥପାଠ ଅନୁଷ୍ଠିତ

ଜଗତସିଂହପୁର, ୩୧/୧୦/୨୦୨୪ (ଓଡ଼ିଶା ସମାଚାର)-ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଅଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ  ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଶପଥପାଠ କରାଇଥିଲେ। ଦେଶର ଏକତାକୁ ଅକ୍ଷୁଣ୍ଣ ରଖିବାର  ଭାବନା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ବଳରେ ସମ୍ଭବ ହୋଇପାରିଥିଲା, ତାହାକୁ ବଜାୟ ରଖିବାକୁ ନିଜକୁ ସମର୍ପିତ କରିବା ଆମର କର୍ତ୍ତବ୍ୟ। ତେଣୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ତଥା ଏକତା ଓ ଅଖଣ୍ଡତାର ସୁରକ୍ଷା ନିମନ୍ତେ ସମ୍ପୁର୍ଣ୍ଣ ଯୋଗଦାନ ପାଇଁ ସମସ୍ତ ସଦସ୍ୟ ସଂକଳ୍ପ କରିଥିଲେ। ଏହି ଶପଥ ପାଠ ଉତ୍ସବରେ  ଜିଲ୍ଲପାଳଙ୍କ କାର୍ଯ୍ୟାଳୟରର  ଡେପୁଟି କଲେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ସେଠୀ, ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର କର୍ତ୍ତବ୍ୟରତ  ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ଲେଙ୍କା ଓ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି  ଶପଥପାଠ କରିଥିଲେ।

Leave a Reply

Your email address will not be published. Required fields are marked *