ଅଜଣା ବ୍ୟକ୍ତି ର‌ ଶବ ଉଦ୍ଧାର,ପୋଲିସର ତଦନ୍ତ ଜାରି।

ଲକ୍ଷ୍ମୀପୁର , ୩୧/୦୫/୨୦୨୪ (ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତ ଅନ୍ତର୍ଗତ କଲମ ଗାଁ ଠାରୁ  ତିନି କିଲୋମିଟର ଦୁର ରାସ୍ତା କଡ଼ରେ ପୋତା ଯାଇଥିବା ଏକ ଅଜଣା ଶବକୁ ପୋଲିସ ଉଦ୍ଧାର କରିଥିବା ଜଣା ପଡ଼ିଛି।ଘଟଣା କ୍ରମେ ଗ୍ରାମର କିଛି ଲୋକ ଆମ୍ବ ଆଣିବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେବା ରୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଉକ୍ତ ସ୍ଥାନର ମାଟି ତଳେ ପୋତା ହୋଇଥିବା ଏକ ମୃତ ଦେହର ଗୋଡ଼ ଦେଖା ଯାଉଥିବା ଦେଖି ସମସ୍ତେ ଭୟଭୀତ ହୋଇଥିଲେ।ଏହା ଦେଖି ବିଯା ଘାଟି ସରପଂଚ ଙ୍କୁ ଖବର ଦିଆଯାଇଥିଲା। ସରପଂଚ ଖବର ପାଇ ସ୍ଥାନୀୟ ପୋଲିସକୁ ଜଣାଇବା ପରେ ଥାନା ଅଧିକାରୀ ସୁଷମା କୋହଁର ଙ୍କ  ନେତୃତ୍ବରେ ଏକ ଟିମ୍ , ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ସଙ୍ଗିତା ସେନ୍ ଙ୍କ ଉପସ୍ଥିତି ରେ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ମାଟିତଳୁ ବାହାର କରିଥିଲେ।ଉକ୍ତ ମୃତ ଦେହ ପଚି ଶଢ଼ୀ ଯାଇଥିବାରୁ ଚିହ୍ନିବା କଷ୍ଟ କର ହୋଇପଡ଼ିଥିଲେ ବି ତାହା ଏକ ପୁରୁଷ ର ବୋଲି ଜଣା ପଡିଥିଲା।ମୃତ ଦେହର ମୁଣ୍ଡ ସହ ଶରୀରର କିଛି ସ୍ଥାନରେ ଆହତ ର ଚିହ୍ନ ଥିବା ଜଣା ପଡ଼ିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *