ୟୁନିୟନ ଫର୍ କଟକ ସଦର ପକ୍ଷରୁ ଜନସଚେତନତା ଓ ସଫେଇ କାର୍ଯ୍ୟକ୍ରମ 

କଟକ ସଦର,୨୦/୦୬/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ରାଜ୍ୟରେ ହଇଜା କାୟା ବିସ୍ତାର କରୁଥିବା ବେଳେ ଏଥିରେ କଟକ ସଦର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତ ଝିଙ୍କିରିଆ ଗାଁ ରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ‘ ପକ୍ଷରୁ ସଭାପତି ଶିକ୍ଷାବିତ ତଥା ଜଣାଶୁଣା ସମାଜସେବୀ ପ୍ରଫେସର ମନୋଜ ନାୟକ (ଟୁଟନ)ଙ୍କ ନେତୃତ୍ଵରେ ସଂଗଠନ ର ସଦସ୍ୟ ମାନେ ଝିଙ୍କିରିଆ ଗ୍ରାମବାସୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀମାନଙ୍କ ସହାୟତାରେ ହଇଜା କୁ ପ୍ରତିହତ କରିବାକୁ ଜନସଚେତନତା ଓ ସଫେଇ କାର୍ଯ୍ୟକ୍ରମ କରିଥିବା ଜଣାଯାଇଛି।

ଏଥିସହିତ ଲୋକଙ୍କୁ ବିଶୁଦ୍ଧ ଜଳ,ଓଆରଏସ,ହାଲୋଜିନ ଵଟିକା,ଵ୍ଲିଚିଙ୍ଗ୍ ପାଉଡର ଵିତରଣ କରି ପ୍ରଶଂସା ସାଉଁଟି ଛନ୍ତି। ଏଥିରେ ବିଜୟ ନାୟକ, ପ୍ରକାଶ ମାଝୀ,ଉଦୟ ସାସମଲ, ଦୁଷ୍ମନ୍ତ ନନ୍ଦ,ଆଶିଷ ମହାନ୍ତି, ବିଶାଲ ଆଚାର୍ଯ୍ୟ, ସୁମନ ଜେନା,ପିଣ୍ଟୁ ବେହେରା, ଆନନ୍ଦ ବେହେରା,ଗୈ।ରଵ ମିଶ୍ର, ଆନନ୍ଦ ଦେଵତା ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *