ସରକାର ଙ୍କ ଦୁଇ ବର୍ଷ ପୁର୍ତି ପାଳନ ଅବସରରେ ପ୍ରାକୃତିକ ପ୍ରଗତିଶୀଳ କୃଷି କର୍ମଶାଳା 

ଗରଦପୁର,୧୮/୦୬/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଙ୍କ ଦୁଇବର୍ଷ ପୁର୍ତି ପାଳନ ଓ ଉପଲବ୍ଧି କୁ ଜନସାଧାରଣ ଙ୍କ ନିକଟରେ ପହଂଚାଇବା ପାଇଁ କୃଷି ବିଭାଗ ପକ୍ଷରୁ ପ୍ରାକୃତିକ ପ୍ରଗତିଶୀଳ କୃଷି କର୍ମଶାଳା ଗରଦପୁର ବ୍ଲକ ସଭାଗୃହ ରେ ଆୟୋଜିତ ହୋଇଛି  । ଏହି କର୍ମଶାଳା କୁ ବିଡ଼ିଓ ଆଲୋକ କୁମାର ସେଠୀ ଓ ଅଧ୍ୟକ୍ଷ ଅଭୟ ମହାରାଜ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ଷ୍ଟଲ କୁ ମଧ୍ୟ ଉଦଘାଟନ କରିଥିଲେ । ଆଜି ପ୍ରାରମ୍ଭ ଦିବସ ରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ପର୍ଯ୍ୟାୟକ୍ରମେ ମଧ୍ୟ ଅନ୍ୟ ବିଭାଗ ପକ୍ଷରୁ ଦୀର୍ଘ ୭ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ  ।

ଆଜି ପ୍ରଥମ ଦିନରେ କୃଷି ବିଭାଗ ପକ୍ଷରୁ ଏହି କର୍ମଶାଳାରେ ବ୍ଲକ କୃଷି ଅଧିକାରୀ  ଡ଼ଃ ଗୌତମ ଦାସ ଙ୍କ ସଂଯୋଜନାରେ କୃଷି ବିଭାଗ ର ମତ୍ସ୍ୟ, ପଶୁପାଳନ ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କୃଷି ଓ କୃଷକ ସମ୍ବନ୍ଧିୟ ବିଷୟ ଆଲୋଚନା କରିବା ସହ ବିଶେଷକରି ଜମି ରେ ବା ଧାନଚାଷ ରେ କିଭଳି ରାସାୟନିକ ସାର ପ୍ରୟୋଗ ନକରି ଜୈବିକ ସାର ବ୍ୟବହାର ଦ୍ୱାରା କିପରି ଅଧିକ ଅମଳ ହୋଇପାରିବ ସେନେଇ ଆଲୋଚନା କରିଥିଲେ । ଏହାଛଡା ରାସାୟନିକ ସାର ପ୍ରୟୋଗ ଦ୍ୱାରା ଏବେ ସମାଜର ପ୍ରତ୍ୟେକ ବ୍ୟକ୍ତି ଙ୍କ ଘରେ ଔଷଧ ପୁଡିଆ ଗଦା ଗଦା ରଖିବାକୁ ପଡୁଛି  । ଖାଲି ସେତିକି ନୁହେଁ ଏବେ ଏକ ସର୍ଭେ ରୁ ଜଣାପଡିଛି ଯେ ମାର କ୍ଷୀରରେ ମଧ୍ୟ କ୍ୟାନ୍ସର ଭଳି ରୋଗ ଦେଖା ଗଲାଣି । ଏପଟେ ମଧ୍ୟ ବିଭାଗ ର ବିଫଳତା ଉପରେ ଉପସ୍ଥିତ ଚାଷୀ ମାନେ  ପ୍ରଶ୍ନବାଚୀ ଠିଆ କରାଇଥିଲେ  । ଚାଷଜମି ହଳ ହୋଇ ପଡିଥିଲେ ବି ସରକାରୀ ବିହନ ପହଂଚାଇବା ସରକାର ପକ୍ଷରୁ ବିଳମ୍ବ ହେଉଛି ।

ଚାଷ ପରେ ବି ସାର ଓ ଔଷଧ କିମ୍ବା କୀଟନାଶକ ପହଂଚି ପାରୁ ନାହିଁ  । ଏହାଛଡା ଚାଷୀ ଅଧିକ ଅମଳ କଲେ ବି ମଣ୍ଡି ରେ ଧାନ ବିକ୍ରୀ ନକରି ପାରି ବହୁତ କମ୍ ଦାମରେ ବେପାରୀ କୁ ଧାନ ବିକ୍ରୀ କରୁଛନ୍ତି । କେବଳ ସେତିକି ନୁହେଁ  ମତ୍ସ୍ୟ ବିଭାଗ ରେ ମଧ୍ୟ ଅନୁରୂପ ଭାବେ ବ୍ୟତିକ୍ରମ ଓ ଅନମିୟତା ଦେଖାଯାଉଛି । କେଉଁ ଯୋଜନା ସରକାର ଙ୍କ ଅଛି ତାହା ଚାଷୀ ଜାଣି ପାରୁନାହିନ୍ତି । ଯୋଜନା କେବଳ ଯୋଜନା ରେ ରହି ଯାଉଛି  । କେତେକ ଯୋଜନା ମଧ୍ୟ ବାଟମାରଣା ହେଉଥିବା ନେଇ ଚାଷୀମାନେ ଉଦବେଗ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଉଦ୍ୟାନ କୃଷି ବିଭାଗ ମଧ୍ୟ ମନ୍ଥର ଗତିରେ ଚାଲିଛି  । ଏହି ଯୋଜନାରେ କିଏ ଉପକୃତ ହେଉଛନ୍ତି ଚାଷୀମାନେ ଜାଣି ପାରୁନାହାନ୍ତି । ସେହିପରି ପଶୁପାଳନ ବିଭାଗକୁ କେତେକ ଅଣଚାଷୀ କବଲିତ କରି ରଖିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ  ।

ତେବେ ସରକାରଙ୍କ ଦୁଇ ବର୍ଷ ପୁର୍ତି ଅବସରରେ କୃଷି ବିଭାଗ ଯେତିକି ଆଗେଇଛି ,ସେହି ହିସାବରେ ବିକାଶ ଲୋକମାନଙ୍କ ପାଖରେ ପହଂଚାଇବାର ବିଫଳତା ଓ ସଫଳତା ଏକ ଦ୍ୱନ୍ଦ୍ୱାତ୍ମକ ଛକରେ ଠିଆ ହେବା ଭଳି ଚାଷୀମାନେ ଅଭିଯୋଗ କରିଥିଲେ । ତେବେ ଏହି ଅବସରରେ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଶ୍ରୀରାମ ରତ୍ନ ପ୍ରଧାନ, ମତ୍ସ୍ୟ ଅଧିକାରିଣୀ ଜ୍ୟୋତିର୍ମୟୀ ମହାନ୍ତି, ପଶୁପାଳନ ଅଧିକାରୀ ନିର୍ମାଲ୍ୟ ପତି , ଜିଲା କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ତାପସ ରଞ୍ଜନ ସାହୁ ଙ୍କ ସମେତ ସମସ୍ତ ୧୮ ଟି ପଂଚାୟତ ର କୃଷକ ସାଥୀ, କୃଷି ମିତ୍ର ଓ ଶହେରୁ ଉଦ୍ଧ୍ୱର୍ ଚାଷୀ ଯୋଗ ଦେଇଥିବା ବେଳେ ବ୍ଲକ କୃଷି କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *