ସାଲେପୁର ୧୮/୦୬/୨୦୨୬(ଓଡିଶା ସମାଚାର / ଅଭୟ ଜେନା)- ସାଲେପୁର ବ୍ଲକ ଶିଶୁଆ ନିକଟସ୍ଥ ରୁକ୍ମିଣୀ କ୍ଷେତ୍ର ବିଦର୍ଭ ନଗରସ୍ଥିତ ବାଲିଆର ଚୌକିବଟ ରୁକ୍ମିଣୀ ହରଣ ପୀଠରେ ମା’ ରୁକ୍ମିଣୀ ଦେବୀଙ୍କ ବିଗ୍ରହ ସ୍ଥାପନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଚେତନା ମହାସତ୍ସଂଘର ଅଧ୍ୟକ୍ଷ ପ୍ରଫେସର ଡଃ. ପ୍ରସନ୍ନଜୀଙ୍କ ମାର୍ଗଦର୍ଶନ ଓ ପ୍ରତ୍ୟେକ୍ଷ ତତ୍ୱାବଧାନକ୍ରମେ ରଜ ସଂକ୍ରାନ୍ତୀ ଅବସରରେ ସ୍ଥାନୀୟ ଗ୍ରାମବାସୀ ଏବଂ ଉପସ୍ଥିତ ଭକ୍ତମାନଙ୍କ ସହଯୋଗରେ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
କାର୍ଯ୍ୟକ୍ରମରେ ରୁକ୍ମିଣୀ ମାତାଙ୍କ ବିଗ୍ରହଙ୍କ ମହାସ୍ନାନ ପରେ ପୂଜକମାନଙ୍କ ମନ୍ତ୍ରପାଠକ୍ରମେ ମା’ଙ୍କ ବିଗ୍ରହକୁ ପରିକ୍ରମା କରାଯାଇ ସୁଶୋଭିତ ପୂଜା ମଣ୍ଡପରେ ବିରାଜମାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ମହିଳାମାନେ ସଂସ୍କୃତି ପରମ୍ପରା ଓ ଐତିହ୍ୟର ଗଣପର୍ବ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଥିଲେ । ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ତ୍ରୈଲୋକନାଥ ଭୂୟାଁ, ବନବିହାରୀ ଚକ୍ର, ପ୍ରଦୀପ୍ତ କିଶୋର ଭୂୟାଁ, ହେମନ୍ତ କୁମାରୟ ଭୂୟାଁ, ଲକ୍ଷ୍ମୀନାରାୟଣ ନାୟକ, ଯାନକୀକାନ୍ତ ଭୂୟାଁ, ସଞ୍ଜୟ ଭୂୟାଁ, ମନୋରଂଜନ ଭୂୟାଁ, ବିପିନବିହାରୀ ଭୂୟାଁ, ପ୍ରଭାତୀ ସ୍ୱାଇଁ, ପ୍ରିୟଦର୍ଶିନୀ ସ୍ୱାଇଁ, ଦିପ୍ତିମୟୀ ଭୂୟାଁ, ପ୍ରଣତି ପରିଡା, ଅନୁରାଧା ରାୟ, ସଂଧ୍ୟାରାଣୀ ଚକ୍ର, ନୟନା ଚକ୍ର, ଲଳିତାରାଉତରାୟ, ଆଶିଷ ରାଉତରାୟ, ସ୍ୱପ୍ନାରାଉତରାୟ, କମଳାକାନ୍ତ ରାଉତରାୟ, ରଜନୀକାନ୍ତ ରାଉତରାୟ, ସୌଦାମିନୀ ଚକ୍ର, ବଂଶୀଧର ପରିଡା, ତୁଷାରକାନ୍ତ ଚକ୍ର ପ୍ରମୁଖ ବହୁ ଶ୍ରଦ୍ଧାଳୁ ସକ୍ରିୟ ଯୋଗଦାନ କରିଥିଲେ ।
