ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳିତ

ଜଗତସିଂହପୁର,୩୧/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ପ୍ରାଥମିକ କୃଷି ସମବାୟ ସମିତି ମାନଙ୍କର ସମୀକ୍ଷା ଓ  କମ୍ପୁଟରୀକରଣ ସମ୍ପର୍କୀୟ ସଚେତନତା କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ପ୍ରାରମ୍ଭରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ଶତପଥି ଉପନିବନ୍ଧକ ସମବାୟ ସମିତି ସମୂହ , ଜଗତସିଂହପୁର ବିଭାଜନ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମବାୟ ସମିତି ମାନଙ୍କର  ସମୀକ୍ଷା,  କମ୍ପୁଟରୀକରଣ ଓ ଅତି  କମରେ ୧ ଏକର land alienation କରିବା ପାଇଁ ସମିତିର ସମ୍ପାଦକଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଶ୍ମିପ୍ରଭା ଦାସ,ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ  , ଜଗତ୍ସିଂହପୁର ସମିତିର ସମ୍ପାଦକଙ୍କୁ PACS କମ୍ପୁଟରୀକରଣ  ଦ୍ଵାରା  କିପରି ସ୍ୱଚ୍ଛତା ଆସିପାରିବ  ଏହା ଉପରେ ମତବ୍ୟକ୍ତ କରିଥିଲେ ଏବଂ ବିଦ୍ୟୁତଲତାବେହେରା, DDM , NABARD, PACS କମ୍ପୁଟରୀକରଣ ପାଇଁ ସମ୍ପାଦକ ମାନଙ୍କୁ ଉତ୍ସାହିତ କରିଥିଲେ  ।

ପ୍ରସନ୍ନ କୁମାର ବେଉରା, ପି ଆର ଓ IFFCO ଏବଂ  କୁଳମଣି ମାଝି ବୈଜ୍ଞାନିକ, IFFCO, nano ୟୁରିଆ  ଓ ଜୈବିକ ସାରର ବ୍ୟବହାର ଉପରେ ନିଜର ମତବ୍ୟକ୍ତ କରିଥିଲେ |ସନ୍ତୋଷ କୁମାର ଜାଲି, ସହକାରୀ ସମୀକ୍ଷକ, ଜଗତସିଂହପୁର ପ୍ରାଥମିକ କୃଷି ସମବାୟ ସମିତି ମାନଙ୍କର ସମୀକ୍ଷା ପାଇଁ କଣ କଣ ପ୍ରମୂଖ ରେକର୍ଡଗୁଡିକ ଦରକାର, ସେଥି ପ୍ରତି ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଚଏସ କମ୍ପାନୀର ଜିଲ୍ଲା ସଂଯୋଜକ ଶ୍ରୀ ଦେବୀ ପ୍ରସନ୍ନ ସାହୁ PACS କମ୍ପୁଟରୀକରଣ ଉପରେ ସମ୍ୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ  , ଜଗତ୍ସିଂହପୁର ବିଭାଜନ  ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ସୂର୍ଯ୍ୟ କାନ୍ତ ଦାସ, ସମ୍ପାଦକ , RMC, ଜଗତସିଂହପୁର  ଧନ୍ୟବାଦ ଅର୍ପଣ କରିଥିଲେ । ଉପନିବନ୍ଧକ, ସମବାୟ ସମିତି ସମୂହ ଏବଂ ସହକାରୀ ନିବନ୍ଧକଙ୍କ ,ସମବାୟ ସମିତି ସମୂହ କାର୍ଯ୍ୟାଳୟର ବିବେକାନନ୍ଦ ବେହେରା ,ରାଖାଲ ଚନ୍ଦ୍ର ସାମଲ , ସୁମନ ବେହେରା , ମିତାଲି ବୋଷ , ଚିତ୍ରା ଚିନ୍ମୟୀ ଦାସ, ସ୍ଵର୍ଣ୍ଣଲତା ନାୟକ, ପିଙ୍କି ହାଂସଦା ଏବଂ ରୁବୁ ମହାନ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *