ରାଉରକେଲା, ୦୭/୦୫/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )-ସ୍ବର୍ଗତ ଛାତ୍ରନେତା ସ୍ମୃତିରଞ୍ଜନ ଦାସ ଙ୍କ ଦଶାହ ଉପଲକ୍ଷେ ଛାତ୍ର ବିଜୁଜନତା ଦଳର ରାଜ୍ୟ ସମ୍ପାଦକ ଇଂ ଦୁଷ୍ମନ୍ତ ରାଉତରାୟଙ୍କ ନେତୃତ୍ଵରେ ସ୍ବେଛାକୃତ ରକ୍ତଦାନ ଶିବିର ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ । ଏହି ଶିବିରରୁ ପ୍ରାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଏଥିରେ ବିଭିନ୍ନ ରାଜନୈତିକ ଦଳର ଯୁବ ଓ ଛାତ୍ର ନେତା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଜନତାଦଳର ବରିଷ୍ଠ ନେତା ଗଗନ ପଣ୍ଡା, ସୁଶାନ୍ତ ରାଉତ, ପ୍ରଶାନ୍ତ ସେଠୀ,ବିରେନ ସେନାପତି, ଜୟନ୍ତ ମିଶ୍ର,ସୁଦାମ ଦାଶ, ସ୍ମିତା ମହାନ୍ତି, ଜ୍ୟୋସ୍ନା ନାୟକ,ବାଇନ ସାମଲ,ଐର ମହାନ୍ତି,ଗିଟୁ ଭଞ୍ଜ, ବାବୁ ନାୟକ, ରଶ୍ମି ବାଳା ମିଶ୍ର, ଆରତୀ ଚୌଧୁରୀ, ଭଞ୍ଜ ସିଂ ଭଞ୍ଜ,ଡି ଅଭିକ କୁମାର, ଦେବାଶିଷ ମହାନ୍ତି, ଜ୍ଞାନେନ୍ଦ୍ର ଦାଶ, ଅଙ୍କୁଶ ବର୍ମା, ଅବିନାଶ ପ୍ରଧାନ, ଆଦିତ୍ୟ ଧଳ, ସୁଶାନ୍ତ ପରିଡ଼ା, ଦେବବ୍ରତ ନାୟକ,ବିକନ ବଳ, ସୈ।ମ୍ୟ ଦାଶ, ବିଶ୍ବରଞ୍ଜନ ଦାସ, ଲୋକା ପଣ୍ଡା, ବିଶ୍ବଜିତ ସିଂ,ସମ୍ବିତ ମହାନ୍ତି, କେଶବ ଜେନା, ସଞ୍ଜିତ ଛୋଟରାୟ, ମନୋରଞ୍ଜନ, ରାହୁଲ ମହାନ୍ତି, ବାବୁ ଖାନ ପ୍ରମୁଖ ଉପସ୍ଥିତ ଥିଲେ।
