ମାହାଙ୍ଗା,୧୮/୦୬/୨୦୨୬(ଓଡିଶା ସମାଚାର / ଅଭୟ ଜେନା)- ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ବିବେକାନନ୍ଦ ଦାସଙ୍କର ଚତୁର୍ଥ ଅର୍ଘ୍ୟ ‘ବତିର ଆଲୋକ’ କବିତା ସଂକଳନ ଭଦ୍ରେଶ୍ୱର ପଂଚାୟତର ଝାଡ଼େଶ୍ୱରପୁର ବାସଭବନ ପରିସରରେ ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନମଙ୍ଗଳ ସଭାପତି ତଥା ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଉଦ୍ଘାଟକ ଭାବେ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ତିରୁବନ୍ନମଲାଇ ତାମିଲନାଡୁ ବୈଦିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ହରିହର କାନୁନ୍ଗୋ ଯୋଗଦେଇ କବିତାର ସାରସ୍ୱତ ସରହଦ ଏକାନ୍ତ ଅନନ୍ୟ ବୋଲି ମତପ୍ରକାଶ କରିଥିଲେ । ନାଇଜର ପ୍ରାକ୍ତନ କୁଳସଚିବ ଡକ୍ଟର ଅଭୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବତିର ଆଲୋକ କବିତା ପୁସ୍ତକ ସମ୍ପର୍କରେ ଆଲୋକପାତ କରିବା ସହ କବିଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ ।
ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ କବି ରାଜୀବ କୁମାର ଷଢ଼ଙ୍ଗୀ, ବରେଣ୍ୟ ବକ୍ତାଭାବେ ମହାମହିମ ରାଜ୍ୟପାଳଙ୍କ ସ୍ୱତନ୍ତ୍ର କାର୍ଯ୍ୟାଳୟ ଅଧିକାରୀ ଡ. ନାରାୟଣ ମୁଦୁଲି ଯୋଗଦେଇ ବର୍ତମାନ ସମୟରେ କାବ୍ୟ କବିତାର ପାଠକ ସଂଖ୍ୟା କମୁଥିବା ନେଇ ସୂଚନା ଦେଇଥିଲେ । ରାଜଶ୍ରୀର ପ୍ରତିଷ୍ଠାତା ସମ୍ପାଦକ ଆଶୁକବି ହେମନ୍ତ ଜେନା ମୁଖ୍ୟ ସମୀକ୍ଷକ ଭାବେ ଯୋଗଦେଇ କବିତା ସମ୍ପର୍କରେ ସାରଗର୍ଭକ ମନ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଶିଷ୍ଠ ଗଣିତଜ୍ଞ ତଥା ଶିକ୍ଷାବିତ୍ ଭାଗବତ ପ୍ରଧାନଙ୍କୁ ଉପଢ଼ୌକନ, ମାନପତ୍ର ପ୍ରଦାନ ପୂର୍ବକ ‘ମାଟି ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ପ୍ରଶାନ୍ତ ପଣ୍ଡା ବେଦପାଠ କରିଥିଲେ । କବି ବିବେକାନନ୍ଦ ଦାସଙ୍କ କନିଷ୍ଠ।। କନ୍ୟା ଅର୍ଚ୍ଚିତା ପ୍ରିୟଦର୍ଶିନୀଙ୍କ ଷୋଡ଼ଶ ସ୍ୱନକ୍ଷତ୍ର ଦିବସ ଅବସରରେ ଅତିଥିମାନଙ୍କୁ ସେ ସ୍ୱହସ୍ତ ଚିତ୍ରିତ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରକୁ ଅତିଥିମାନଙ୍କୁ ପ୍ରଦାନ କରିଥିଲେ ।
ଉତ୍ସବରେ ଶିଶୁ ସାହିତ୍ୟିକ ମହେନ୍ଦ୍ର କୁମାର ଘଡ଼େଇ ମାନପତ୍ର ପାଠ କରିଥିଲା ବେଳେ କବି ଗୌତମ ଚରଣ ଜେନା, ପ୍ରଫୁଲ କୁମାର ସିଂହ, ରାଜ କିଶୋର ମିଶ୍ର, ଶିଶୁ ସାହିତ୍ୟିକ ପ୍ରଫୁଲ କୁମାର ସାହୁ, ପ୍ରାବନ୍ଧିକ ଡକ୍ଟର ଏକାଦଶୀ ପ୍ରଧାନ, ଅକ୍ଷୟ କୁମାର ତରାଇ, ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ଶତପଥି, ଯୋଗେଶ ଚନ୍ଦ୍ର କୁଅଁର, ଡକ୍ଟର ନିଖିଳେଶ ମହାନ୍ତି, ପାଲା ଗାୟକ ସତ୍ୟାନନ୍ଦ ଦାଶ, ଆଇନଜିବୀ ସିଦ୍ଧାର୍ଥ ସ୍ୱାଇଁ, ଅବସରପ୍ରାପ୍ତ ଏବିଇଓ ମଦନମୋହନ ମଲ୍ଲ, ପ୍ରଦ୍ୟୁମ୍ନ କୁମାର ବାରିକ, ଲକ୍ଷ୍ମିପ୍ରୀୟା ବସ୍ତିଆ, ଜଗବନ୍ଧୁ ଗୋଛାୟତ, ଯୁବସଂଗଠକ ବିକ୍ରମ କେଶରୀ ନାଥ,ର୍ ସମାଜସେବୀ ସତ୍ୟଜିତ୍ ବିଶ୍ୱାଳ, ସୁଶାନ୍ତ ନାୟକ, ନିର୍ବାଣ ପ୍ରତିନିଧି ବିଜୟ କୁଅଁର, କବି କୁଳମଣି ସାହୁ, ରାମଚନ୍ଦ୍ର ସ୍ୱାଇଁ, ତାରାପ୍ରସନ୍ନ ମହାପାତ୍ର, କଲ୍ଲୋଳ ଚନ୍ଦ୍ର ମହାନ୍ତି, ସମାଜସେବୀ ଦେବେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାହିତ୍ୟିକମାନେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ କୁମାର ଦାସ, ଦୀପକ କୁମାର ଦାସ,ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଦାସ, ଅଚ୍ୟୁତାନନ୍ଦ ନାୟକ, କାନ୍ତିଲତା ନାୟକ, ବାସନ୍ତି ଦାସ, ଅନୁସୂୟା ଦାସ, ମନୋଜ କୁମାର ପ୍ରଧାନ, ସ୍ମୃତିରଂଜନ, ସତ୍ୟରଂଜନ, ଶକ୍ତିରଂଜନ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ପବିତ୍ରମୋହନ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷାବିତ ଡ. ବିବେକାନନ୍ଦ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ବିଭିନ୍ନ ଅଂଚଳରୁ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ କବିମାନେ ସକ୍ରିୟ ଯୋଗଦାନ କରିଥିଲେ ।
