କଟକ ସଦର,୨୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କୃଷିର ଉନ୍ନତିରେ ଦେଶ ତଥା ଆମ ରାଜ୍ୟର ଉନ୍ନତି,ଚାଷୀଙ୍କ ଵିକାଶ ପାଇଁ ଅନେକ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି, ଚାଷୀ ଭାଇଭଉଣୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ବିଦ୍ୟାଧରପୁର ଆନ୍ତର୍ଜାତିୟ ଧାନ ଗବେଷଣା କେନ୍ଦ୍ର(ଏନଆରଆରଆଇ) ଠାରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫାର୍ମ ପରିସର ଜମିରେ ପୂଜାର୍ଚ୍ଚନା ସହ ହଳ କରି ବିହନ ଵୁଣିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ୪୧ ଲକ୍ଷ ୬୮ ହଜାର ଚାଷୀ ଙ୍କ ଖାତାକୁ ୨ ହଜାର କରି ୮୩୮ କୋଟି ୪୮ ଲକ୍ଷ ସିଏମ କିଷାନ ଯୋଜନା ଟଙ୍କା ପଠାଇଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କଟକ ସାଂସଦ ଭର୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରେଇ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ଚୈ।ଦ୍ୱାର- କଟକ ବିଧାୟକ ସୈ।ଭିକ ବିଶ୍ବାଳ, ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ ଙ୍କ ସମେତ ଜିଲ୍ଲାର ବିଧାୟକ ଗଣ ଓ ଜିଲ୍ଲା ପ୍ରଶାସନର ଅଧିକାରୀ,କୃଷି ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ।


