କଂଗ୍ରେସ ନେତା ହରିବନ୍ଧୁ ବୁଲି ଦେଖିଲେ ବିଭିନ୍ନ ପୂଜା ମଣ୍ଡପ

ସାଲେପୁର,୨୨/୧୦/୨0୨୬(ଓଡିଶା ସମାଚାର /ଅଭୟ ଜେନା )ସାଲେପୁର ଅଞ୍ଚଳରେ ପୂଜା ପାଉଥିବା ଜଗତ ଜନନୀ ମା ଦୁର୍ଗାଙ୍କସମେତ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ କଂଗ୍ରେସ ନେତା ହରିବନ୍ଧୁ ଶତପଥି।ସାଲେପୁର ବ୍ଲକ ଅଞ୍ଚଳରେ ବହୁ ସ୍ଥାନରେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରି ପୂଜା କରାଯାଇଥାଏ।ଏହି ସବୁ ପୂଜା ମଣ୍ଡପ କୁ ବୁଲି ଦେଖିବା ସହିତ ମା ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ସାଲେପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଙ୍ଗଠନ ଓଡ଼ିଶାର ଉପସଭାପତି ହରିବନ୍ଧୁ ଶତପଥି।

କଲ୍ୟାଣପୁର, ମାଛୁଆତି, ରୋଧପୁର, ହାଟ ଦୁର୍ଗା,ବେଲହୁଡା, ରାଇସୁଙ୍ଗୁଡା, ମିର୍ଜାପୁର, ପଟୁଆ, ଜପକୂଦ, ବହୁଗ୍ରାମ,ପଦ୍ମପୁର, ମୂର୍କୁଣ୍ଡି ଆଦି ବିଭିନ୍ନ ପୂଜା ମଣ୍ଡପ ରେ ପହଞ୍ଚି ଦର୍ଶନ କରିବା ସହିତ ଉପସ୍ଥିତ ଥିବା ଲୋକ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।ଶ୍ରୀ ଶତପଥି ଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ମହାରଣା,ବୈକୁଣ୍ଠ ନାଥ ସ୍ବାଇଁ, ବିଜ୍ଞାନନ୍ଦ ଭୂୟାଁ, ସୁଦାମ ବାରିକ,ଦୀପକ ଜେନା, ରବୀନ୍ଦ୍ର ନାଥ ଜେନା, ସିଟୁ କର,ଜ୍ୟୋତି କର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *