କେନ୍ଦ୍ରାପଡ଼ା,୧୬/୦୬/୨୦୨୬ (ଓଡ଼ିଶା ସମାଚାର)-ମୂର୍ଚ୍ଛନା, ଓକା ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଭାଗିତାରେ ଠାକୁରହାଟସ୍ଥିତ ସୁଦର୍ଶନ ହାଇସ୍କୁଲ ଖେଳପଡିଆରେ ରଜ ମହୋତ୍ସବ ତଥା ଗ୍ରାମୀଣ ଉତ୍ସବ ଉଦଘାଟିତ ହୋଇଯାଇଛି । ଠାକୁରହାଟ ବଜାର କମିଟି ସଭାପତି ତଥା ମହୋତ୍ସବ ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପିର ସାମାଜିକ ଗଣମାଧ୍ୟମ ମୁଖ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରଗତିବାଦୀ ଜିଲା ପ୍ରତିନିଧି ପରେଶ ଚନ୍ଦ୍ର ଦାସ ଯୋଗଦେଇଥିଲେ ।
ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ୧୩ନମ୍ବର ଜୋନ ବିଜେପି ସଭାପତି ନାରାୟଣ ନାୟକ, ବିଜେପି ଜୋନ ସମ୍ପାଦକ ମଞ୍ଜୁଲତା ମଲ୍ଲିକ, ବିଜେପି ଉପସଭାପତି ମାନୀନି ଷଡଙ୍ଗୀ, ମୂର୍ଚ୍ଛନା, ଓକାର ପ୍ରତିଷ୍ଠାତା ନିର୍ଦ୍ଧେଶକ ବସନ୍ତ କୁମାର ଦାସ ଯୋଗଦେଇଥିଲେ । ସମ୍ପାଦକ ନିରାକାର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଓଡିଶାର କଳା,ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଦଜୀବୀତ କରି ରଖିବା ପାଇଁ ଅନୁଷ୍ଠାନର ଏହି ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ କୁନି କୁନି କଳାକାରଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସମ୍ଭବ ହୋଇପାରୁଛି ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ପ୍ରଦୀପ କୁମାର ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
