୯ ମାଓବାଦୀ ଙ୍କ ଆତ୍ମସମର୍ପଣ

ବୌଦ୍ଧ,୦୮/୦୫/୨୦୨୪ (ଓଡ଼ିଶା ସମାଚାର)- ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି। ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା । ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି। ଦୁଇ ମହିଳା ମାଓବାଦୀଙ୍କ ନାମ ୟୋଗି ମାଡଭି ଓ ପୋଜେ ମାଡଭି ବୋଲି ଜଣାଯାଇଛି।  ସେହିପରି ପୁରୁଷ ମାଓବାଦୀମାନେ ହେଲେ ଭୀମ କାଡଟି, ଭୀମ ବଂଜାମ, ବନ୍ଦୀ ବଂଜାମ, ଅରମା ରାବୀ, ମଲ୍ଲା ମାଡଭି,  ଦେବ କାଟଭି ଓ ଆୟତା ମାଡଭି। ଏମାନେ ସମସ୍ତେ କେକେବିଏନ୍ ସହ ଜଡିତ ଥିଲେ। ଆତ୍ମ ସମର୍ପଣ କରିବା ପରେ ସରକାରଙ୍କ ନିୟମ ମୁତାବକ ସେମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବାସଗୃହ, ଜମି ଆଦି ଯୋଗାଇ ଦିଆଯିବା ନେଇ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ  ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *