ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପ୍ରସଙ୍ଗ: ତିନି ମାସରେ ଗଣତି ମଣତି ଶେଷ କର-ହାଇକୋର୍ଟ

କଟକ ସଦର,୧୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଶ୍ରୀମନ୍ଦିର ରେ ଥିବା ରତ୍ନଭଣ୍ଡାର ଅଳଙ୍କାର ଗୁଡ଼ିକର ଗଣତି ମଣତି କୁ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ତାଙ୍କର ମତ ବଦଳାଇଥିବା ଅଭିଯୋଗ ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ତାଙ୍କର କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ଗଣତି ମଣତି ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରତ୍ନ ଭଣ୍ଡାର ର ଚାବି ହଜିବା ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *