କଟକ ସଦର,୧୬/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ସବୁ ସମୟରେ ଚର୍ଚ୍ଚାରେ ରହିଥିବା କଟକ ଚୈ।ଦ୍ୱାର ମଣ୍ଡଳ କାରାଗାର ପୁଣି ଏକ ବିବାଦରେ ଛନ୍ଦି ହୋଇଛି।
ପୂର୍ବରୁ ରାଜ୍ୟ ବାହାରର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଜେଲ୍ ପାଚେରୀ ଡେଇଁ ପଳାୟନ କରିବା,ଜେଲରୁ ସୁନା ଅଳଙ୍କାର ଚୋରି ହୋଇଯିଵା,ଜେଲ୍ ଭିତରୁ ନିଶାଦ୍ରବ୍ୟ ସହିତ ଆପତ୍ତି ଜନକ ଜିନିଷ ମିଳିବା ଭଳି ଅନେକ ସାଂଘାତିକ ଅଭିଯୋଗ ହୋଇଥିବା ବେଳେ ଆଜି ଜଣେ ହାର୍ଡକୋର ଅପରାଧି ଲିଟୁଆ ବେହେରାକୁ ନେବା ପାଇଁ ଜେଲ୍ ର ସୁରକ୍ଷା ବଳୟ ଭେଦି ଏକ ଥାର ଗାଡ଼ି ପ୍ରବେଶ କରିଥିବା ଜଣାପଡିଛି।
ଅପରାଧୀ ଜଣକ ହସି ହସି ଥାର୍ ଗାଡ଼ି ନିକଟକୁ ଆସିବାର ଭାଇଗିରି ଭିଡିଓ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଜଣାପଡିଵା ପରେ ଜେଲ୍ ର ଢିଲା ସୁରକ୍ଷା ବ୍ୟବସ୍ଥା ଆଡ଼କୁ ଆଙ୍ଗୁଠି ଉଠିଛି। ତେବେ ଏହାର ତଦନ୍ତ ହୋଇ କି କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
