କଟକ ସଦର,୧୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏପଟେ ୪୨ ମୈ।ଜା କଦମ୍ଵେଶ୍ୱର ଠାରେ ଆୟୋଜିତ ରଜ ମହୋତ୍ସବ କୁ ଉଦ୍ଦେଶ୍ୟମୂଳକ ଭାବେ କମିଶନରେଟ ପୋଲିସ ବନ୍ଦ କରି ଦେଇଥିବା ବେଳେ ସେପଟେ ମନ ଦୁଃଖରେ ନିଜର ୪୮ ତମ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜନ କରି ଆଶିର୍ଵାଦ ସାଉଁଟିଛନ୍ତି ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ର ସଭାପତି ଯୁବ ସମାଜସେବୀ ପ୍ରଫେସର ମନୋଜ ନାୟକ। ଶିବିରରେ ୩୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ପରିଚାଳନାରେ ଜୀତେନ୍ଦ୍ର ସ୍ୱାଇଁ, ସୂଦର୍ଶନ ଜେନା, ମନୋରଞ୍ଜନ ମହାପାତ୍ର, ଆଶିଷ ମହାନ୍ତି ପ୍ରମୁଖ ସହାୟତା କରିଥିଲେ।
ରକ୍ତଦାନ ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ସମାଜସେବୀ ପ୍ରଫେସର ମନୋଜ ନାୟକ
