ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ ବିସ୍ଫୋରଣରେ ଦୁଇ ଜଣ ଏସଓଜି ଯବାନ ଗୁରୁତର ଆହତ

ବଲାଙ୍ଗିର,୧୫/୦୨/୨୦୨୪ (ଓଡ଼ିଶା ସମାଚାର)- ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ ବିସ୍ଫୋରଣ । କନ୍ଧମାଳ – ବୌଦ୍ଧ ସୀମାନ୍ତରେ ଘଟିଛି ଏହି ଅଘଟଣ । ବିସ୍ଫୋରଣରେ ଦୁଇ ଜଣ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତ ଯବାନଙ୍କ ମଧ୍ୟରେ ରସରାଜ ଶିରୋମଣି ନାଏକ ଓ ଉତ୍କଳ ପଟେଲ ଥିବା ଜଣାପଡିଛି ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧୀନସ୍ଥ ନଲୀକୂପା ଜଙ୍ଗଲକୁ ଆଜି ପୂର୍ବାହ୍‌ଣରେ ଏସଓଜି ଯବାନଙ୍କ ୧୬ ଜଣିଆ ଟିମ୍ ସର୍ଚ୍ଚ ଅପରେସନ୍ ପାଇଁ ଯାଇଥିଲେ। ପ୍ରାୟ ୯ଟା ୪୫ରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିଲେ। ସୂଚନା ପାଇ କଣ୍ଟାମାଳରୁ ତୁରନ୍ତ ଏକ ଡାକ୍ତରୀ ଟିମ୍ ଜଙ୍ଗଲରେ ପହଁଚି ଆହତ ଯବାନଙ୍କୁ ପ୍ରାରମ୍ଭିକ ଚିକିତ୍ସା ଯୋଗାଇ ଦେଇଥିଲେ। ପରେ ସେମାନଙ୍କୁ କଂଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁଣି ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା। ସେଠାରେ ସିଟି ସ୍କାନ କରାଯିବା ପରେ ଏୟାର ଲିଫ୍ଟ କରାଯାଇ ଭୁବନେଶ୍ୱର ନିଆଯାଇଛି ।

Leave a Reply

Your email address will not be published. Required fields are marked *