କଟକ ସଦର,୧୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ରାଜହଂସ ଠାରେ ରଜ ମହୋତ୍ସବ ଜାକଜମକରେ ଅନୁଷ୍ଠିତ ହେଉଛି।

ଏହାକୁ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବିଷ୍ଣୁପ୍ରିୟା ସେବା ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରିଥିବା ବେଳେ ଏଥିରେ ରାଷ୍ଟ୍ରଵାଦୀ ସଂଘ ସଭାପତି ଇଂ ଗିରିଜା ଶଙ୍କର ପତି, କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ଉକ୍ତ ପଞ୍ଚାୟତର ପୂର୍ବତନ ସରପଂଚ ନିର୍ମଳ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ ‘ବୃକ୍ଷ ରାଣୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କୁ ରଜ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ମହୋତ୍ସବ କମିଟିର ସଭାପତି ତଥା କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା,ମାନସ ବେହେରା,ଗୈ।ତମ ଭୋଇ,ବାବୁ ଭୋଇଙ୍କ ସମେତ ଗ୍ରାମବାସୀମାନେ ସହାୟତା କରିଥିଲେ।
