ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ବାଣ ନିଆଁ ପଡ଼ି ୧୫ରୁ ଉର୍ଦ୍ଧ ଆହତ

ପୁରୀ, ୨୯/୦୫/୨୦୨୪ (ଓଡ଼ିଶା ସମାଚାର)- ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏକ ବଡଧରଣର ଅଘଟଣ ଘଟିଛି। ବାଣ ନିଆଁ ପଡ଼ି ୧୫ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି। ମହାପ୍ରଭୁ ଚାପ ଖେଳିବା ସମୟରେ ବାଣ ଫୁଟାଯାଇଥିଲା, ଏତିକି ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ନିଆଁ ଛିଟିକି ପଡ଼ିଥିଲା। ଫଳରେ ସେଠାରେ ଥିବା ଲୋକେ ଆହତ ହୋଇଛନ୍ତି।
ଦେବୀଘାଟ ପଟେ ବାଣ ଫୁଟିବାର ବ୍ୟବସ୍ଥା କରାଯାଇଥିଲା। ଗୁରୁତର ଆହତଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଗୁରୁତରଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପରେ ପରେ କେତେକଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ମେଡ଼ିକାଲ ରେ ମଧ୍ୟ ଡ଼ାକ୍ତର ନାହାନ୍ତି । ବର୍ତମାନ ସୁଦ୍ଧା ପଦସ୍ଥ ଅଧିକାରୀ କେହି ଘଟଣାସ୍ଥଳରେ ପହଂଚି ନାହାନ୍ତି । ୪/୫ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Leave a Reply

Your email address will not be published. Required fields are marked *