ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି

                              ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ

କଟକ ସଦ,୨୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କେଏମସି ୫୧ ନମ୍ବର ୱାର୍ଡ ବେଲେଶ୍ୱର ପୂଜା କମିଟି ସହିତ କଣ୍ଟିଲୋ ଓ ନିୟୁ କଲୋନୀ ସାହି ସାମିଲ ହୋଇଛି। ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଦଶହରା ପୂଜା ଓ ଭସାଣି କିପରି ମିଳିତ ଭାବେ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ ଆଜି ରବିବାର ଦିନ ବେଲେଶ୍ୱର ଠାରେ ବେଲେଶ୍ୱର ପୂଜା କମିଟି ସଭାପତି ଧ୍ୟାନ ରଞ୍ଜନ ନନ୍ଦଙ୍କ

ପୌରୋହିତ୍ୟରେ ଏଵଂ ଡ଼ଃ ସମର ସିଂ ଙ୍କ ପରିଚାଳନାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ନିରଂଜନ ସାହୁ, ବେଲେଶ୍ୱର ପୂଜା କମିଟି ସଂପାଦକ ବାସୁଦେବ ରାଉତ, କଣ୍ଟିଲୋ ଗ୍ରାମ କମିଟି ସଂପାଦକ ତୁଷାରକାନ୍ତ ରାଉତ, ସଭାପତି ଦେବେନ୍ଦ୍ର ନାଥ ପାଢ଼ୀ,ନିୟୁ କଲୋନୀ ସଂପାଦକ ଶ୍ରୀଧର ଚନ୍ଦ୍ର ପଣ୍ଡା, ମଧୁପାଟଣା ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ, କର୍ପୋରେଟର ରାକେଶ ସ୍ୱାଇଁ ଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *