କଟକ ସଦର,୧୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିରରେ ଆସନ୍ତା ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ତଥା ଶିଵ ଵିଵାହ ଉପଲକ୍ଷେ ଆଜି ସୋମବାର ଦିନ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମନ୍ଦିର ଟ୍ରଷ୍ଟି କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ, ନିରଞ୍ଜନ ରାଉଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ହୃଷିକେଶ ଜେନା,ସମର ବେହେରା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସୁରେଶ ଚନ୍ଦ୍ର ସାହୁ, ପରିଚାଳନା କମିଟି ସଦସ୍ୟ ସନ୍ତୋଷ ରଥ, ହଂସନାଥ ସ୍ୱଛାସେଵୀ ସଂଗଠନ ସଭାପତି ଲକ୍ଷ୍ମୀଧର ରାଉତ, ସନ୍ତୋଷ ସାହୁ,ଶରତ ରଥ, ପବିତ୍ର ମିଶ୍ର,ଜୈ।ତିରଞ୍ଜନ ନାୟକ, ଦୀନବନ୍ଧୁ ବେହେରା ଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ, ସେବାୟତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ଶୀତଳଷଷ୍ଠୀ ପର୍ବର ସୁପରିଚାଳନା ଓ ସଫଳତା ପାଇଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
